Friday, March 20, 2026
21.1 C
Odisha

    ସ୍ୱର୍ଣ୍ଣରେଖା ନଦୀରୁ ମିଳିଲା ଶକ୍ତିଶାଳୀ ବୋମା, ସ୍ଥାନୀୟ ଅଞ୍ଚଳରେ ସତର୍କତା ଜାରି କଲା ପ୍ରଶାସନ

    ଆଗକୁ ପଢନ୍ତୁ

    ଝାଡଖଣ୍ଡ : ଝାଡ଼ଖଣ୍ଡର ଜାମସେଦପୁର ଜିଲ୍ଲାର ବାହାରାଗୋରା ଥାନା ଅଞ୍ଚଳ ସ୍ୱର୍ଣ୍ଣରେଖା ନଦୀରୁ ଏକ ସନ୍ଦିଗ୍ଧ ଲୁହା ବସ୍ତୁ ଉଦ୍ଧାର ହୋଇଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରଥମେ ଏହି ଲୁହା ବସ୍ତୁଟିକୁ ସାଧାରଣ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ତଦନ୍ତ ପରେ ଏହା ଶକ୍ତିଶାଳୀ ବୋମା ବୋଲି ଜଣାପଡ଼ିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳକୁ ସିଲ୍ କରାଯାଇଛି ।

    ସୂଚନାନୁଯାୟୀ, ଯେଉଁ ସ୍ଥାନରୁ ବୋମା ମିଳିଥିଲା ସେହି ସ୍ଥାନକୁ ତୁରନ୍ତ ସିଲ୍ କରିବା ସହ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଦିଆଯାଇଥିଲା । ସ୍ଥାନୀୟ ଲୋକଙ୍କୁ ସେହି ଅଞ୍ଚଳକୁ ନଯିବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛି ପ୍ରଶାସନ । ଏହାରି ମଧ୍ୟରେ ବାହାରାଗୋରା ଜୋନାଲ ଅଧିକାରୀ ରାଜାରାମ ମୁଣ୍ଡା କହିଛନ୍ତି ଯେ, ବମ୍ ସ୍କ୍ବାଡ୍ ଘଟଣାସ୍ଥଳ ଯାଞ୍ଚ କରିଛି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ସ୍ଥାପନ କରୁଛି । ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଏବଂ ଜନସାଧାରଣଙ୍କ ସୁରକ୍ଷା ହେଉଛି ସର୍ବୋଚ୍ଚ ପ୍ରାଥମିକତା ବୋଲି ମଧ୍ୟ ସେ କହିଛନ୍ତି । ଏଥିସହିତ ବର୍ତ୍ତମାନ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଗୁଡିକ ସତର୍କତା ଜାରି କରିଛନ୍ତି । ଯେପର୍ଯ୍ୟନ୍ତ ଯାଏଁ ବୋମା ନିଷ୍କ୍ରିୟ କରା ନଯାଇଛି ସେ ପର୍ଯ୍ୟନ୍ତ ଅଞ୍ଚଳ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି । ହେଲେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

    ସୂଚନାଯୋଗ୍ୟ ଏହି ଘଟଣା ସାମ୍ନାକୁ ଆସିବା ପରେ ୭ ମାସ ତଳର ପୁରୁଣା ସ୍ମୃତିକୁ ଫେରାଇ ଆଣିଛି । ପଶ୍ଚିମବଙ୍ଗର ଗୋପୀବଲ୍ଲପୁର ଥାନା ଅଞ୍ଚଳର ଭରମପୁର ଗାଁ ନିକଟ ସ୍ୱର୍ଣ୍ଣରେଖା ନଦୀରୁ ସମାନ ପ୍ରକାରର ଏକ ବୋମା ଉଦ୍ଧାର କରାଯାଇଥିଲା । ସେହି ସମୟରେ ବାୟୁସେନାର ଏକ ଟିମ୍ ସେହି ବୋମାକୁ ନିଷ୍କ୍ରୀୟ କରିବାରେ ସଫଳତା ପାଇଥିଲେ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.1 ° C
    21.1 °
    21.1 °
    77 %
    0.5kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ