Monday, October 19, 2026
21.9 C
Odisha

    ସ୍ୱାମୀର ତୀର ମାଡ଼ରେ ସ୍ତ୍ରୀ ଆହତ

    ଆଗକୁ ପଢନ୍ତୁ

    କେଉଁଝର: ପାଟଣା ଥାନା ଅନ୍ତର୍ଗତ ହରିଡାଗୋଠ ଗ୍ରାମରେ ସ୍ତ୍ରୀକୁ ତୀର ମାଡ଼ କରି ସ୍ୱାମୀ ଫେରାର ହୋଇ ଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୁକ୍ତ ସ୍ୱାମୀ ହେଲେ ହରିଚନ୍ଦନପୁର ଥାନା ଅନ୍ତର୍ଗତ ହାତୀକୁଚା ଗ୍ରାମର ବିଶ୍ୱନାଥ ମୁଣ୍ଡା (୪୦)। ଗୁରୁତର ସ୍ତ୍ରୀ ହେଲେ ସ୍ଥାନୀୟ ହରିଡାଗୋଠ ଗ୍ରାମର ସଜନୀ ମୁଣ୍ଡା (୨୯ )। ଆଠ ବର୍ଷ ପୂର୍ବେ ହରିଡାଗୋଠ ଗ୍ରାମର ସଜନୀ ହରିଚନ୍ଦନପୁର ଅନ୍ତର୍ଗତ ହାତୀକୁଚା ଗ୍ରାମର ବିଶ୍ଵନାଥ ମୁଣ୍ଡାଙ୍କ ସହିତ ବିବାହ ହୋଇଥିଲା। ବର୍ଷେ ହେଲା ଉଭୟଙ୍କ ମଧ୍ୟରେ କଳିଝଗଡା ଲାଗି ରହିଥିଲା। ଏଥିପାଇଁ ୨ ମାସ ହେବ ସ୍ତ୍ରୀ ସଜନୀ ବାପଘର ହରିଡାଗୋଠରେ ରହିଥିଲେ। ଗତକାଲି ତାଙ୍କ ସ୍ବାମୀ ହରିଡାଗୋଠକୁ ଆସି ସ୍ତ୍ରୀ ସହିତ ଝଗଡା କରି ତାଙ୍କୁ ତୀର ମାଡ଼ କରି ଫେରାର ହୋଇ ଯାଇଥିଲା। ଗୁରୁତର ଅବସ୍ଥାରେ ସଜନୀକୁ କରଞ୍ଜିଆରୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏ ନେଇ ସାହାରପଡା ଫାଣ୍ଡିରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ଫାଣ୍ଡି ଅଧିକାରୀ ଭବାନୀ ଶଙ୍କର ବାଦୀ ଘଟଣାର ତଦନ୍ତ ଜାରି ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ