Sunday, October 4, 2026
22.7 C
Odisha

    ସ୍ୱାସ୍ଥ୍ୟ ପାଇଁ ହିତକର ସୋରିଷ ତେଲ! ଜାଣନ୍ତୁ ଏହାର ଉପକାରିତା ଯାହା ଅନେକ ରୋଗରୁ ଦେଇଥାଏ ମୁକ୍ତି

    ଆଗକୁ ପଢନ୍ତୁ

    ନିଜ ବୟସ ଠାରୁ କମ୍ ଦେଖାଯିବା କେବଳ ମହିଳା ମାନଙ୍କର ଇଛା ନଥାଏ ବରଂ ପୁରୁଷ ମାନଙ୍କର ମଧ୍ୟ ଏହି ଇଛା ରହିଥାଏ । ଯଦି ଆପଣ ବି ନିଜର ବଢୁଥିବା ବୟସକୁ କମ୍ କରିବାକୁ ଚାହୁଁଛନ୍ତି, ତେବେ ଏହି ହଳଦୀଆ ରଙ୍ଗର ଫୁଲ ଆପଣଙ୍କୁ ସାହାଯ୍ୟ କରିପାରିବ । ହଁ ଆଜ୍ଞା ଏହି ହଳଦୀଆ ରଙ୍ଗ ଫୁଲର ନାଁ ହେଉଛି ସୋରିଷ ଫୁଲ । ଆର୍ୟୁବେଦ ଅନୁସାରେ ସୋରିଷ ତେଲ ବହୁତ ରୋଗରୁ ଉପଶମ ଦେଇଥାଏ । ଏକଥା ଆପଣମାନେ ବି ଜାଣିଥିବେ ନିଶ୍ଚୟ । ତେବେ ଆସନ୍ତୁ ଜାଣିବା ଏହି ସୋରିଷ ତେଲ କେଉଁ କେଉଁ ରୋଗକୁ ମୁକ୍ତି ଦେଇଥାଏ ।

    ମେଦବହୁଳତା- ଯଦି ଆପଣ ନିଜର ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ଆପଣ ଆପଣଙ୍କ ରୋଷେଇ ଘରେ ସ୍ଥାନ ଦିଅନ୍ତୁ ସୋରିଷ ତେଲକୁ । ସୋରିଷ ତେଲରେ ରହିଥିବା ଭିଟାମିନ୍ ଯଥା: ଥାୟାମିନ୍, ଫ୍ଲୋଟେଟ୍ ଓ ନିୟୋସିନ୍ ଶରୀରର ମେଟାବୋଲିଜିମକୁ ବଢାଇଥାଏ । ଯାହା ଫଳରେ ଆପଣଙ୍କର ଓଜନ ଖୁବ୍ ଶୀଘ୍ର ହ୍ରାସ୍ ପାଇବାକୁ ଲାଗିଥାଏ ।

    ତ୍ବଚାର ସଂକୁଚିତ ରେଖା- ସୋରିଷ ତେଲରେ ରହିଥିବା ଆଣ୍ଟିଅକ୍ସିଡେଣ୍ଟ୍ ତ୍ବଚାକୁ ଟାଇଟ୍ ରଖିଥାଏ ଯାହା ଦ୍ବାରା ତ୍ବଚା ଚମକି ଥାଏ । ଏଥିରେ ଥିବା ଭିଟାମିନ୍ ଏ, ସି ଓ କେ ଚେହେରା ଉପରେ ସଂକୁଚିତ ରେଖା ଆସିବାକୁ ଦେଇ ନଥାଏ । ମାନେ ଆପଣ ଅଧିକ ସମୟ ପର୍ୟ୍ୟନ୍ତ ଆପଣଙ୍କ ଯୌବନକୁ ଉପଭୋଗ କରିପାରିବେ ।

    ଦାନ୍ତଜନିତ ଯନ୍ତ୍ରଣା- ଦାନ୍ତରେ ଯନ୍ତ୍ରଣା ଓ ପାଇରିଆ ସମସ୍ୟା ହେଉଥିଲେ ସୋରିଷ ତେଲରେ ଲୁଣ ମିଶାଇ ଆଙ୍ଗୁଠି ସାହାଯ୍ୟରେ ସେହି ସ୍ଥାନାକୁ ଧିରେ ଧିରେ ମାଲିସ୍ କରନ୍ତୁ । ଏହା କରିବା ଦ୍ବାରା ଦାନ୍ତ ମଜଭୂତ ରହିଥାଏ ଏବଂ ପାଇରିଆ ସମସ୍ୟା ଦୂର ହେବାକୁ ଲାଗିଥାଏ ।

    ପେଟରେ ହେଇଥିବା କୃମି- ଏଥି ସହ ଜାଣିରଖନ୍ତୁ ଯେ, କୃମି ହେବା ଯୋଗୁଁ ଭୋକ ଲାଗିବା ବନ୍ଦ ହୋଇଯାଇଥାଏ ତେଣୁ ଖାଇବାରେ ସୋରିଷ ତେଲକୁ ବ୍ୟବହାର କରନ୍ତୁ । ଦେଖିବେ ଆପଣଙ୍କ ଭୋକ ବଢାଇବ ଏବଂ ଏହା ସହ କୃମି ସମସ୍ୟ ମଧ୍ୟ ଦୂର ହେବ ।

    ଥଣ୍ଡା- ଯଦି ଆପଣ ଥଣ୍ଡା ଜନିତ କୌଣସି ବି ରୋଗରେ ପିଡିତ ଅଛନ୍ତି, ତାହାଲେ ସୋରିଷ ତେଲ ବ୍ୟବହାର କରନ୍ତୁ । ଏଥିରେ ଥିବା ମ୍ୟାଗନେସିୟମ ଥଣ୍ଡାରୁ ଉପସମ ଦେଇଥାଏ । ଏଥି ସହ ଛାତିରେ ମଧ୍ୟ ନିୟମିତ ସୋରିଷ ତେଲ ମାଲିସ୍ କରିବା ଦ୍ବରା ଥଣ୍ଡା କମିଥାଏ ।

    କ୍ୟାନ୍ସର୍ ଆଶଙ୍କାରୁ ମୁକ୍ତି: ବୋଧହୁଏ ଆପଣ ଜାଣି ନଥିବେ କି ସୋରିଷ ତେଲରେ ଥିବା ଗୁଣ ଶରୀରରୁ କ୍ୟାନସର୍ ଓ ଟିୟୁମର୍ ଭଳି ଭୟାନକ ରୋଗରୁ ମଧ୍ୟ ରକ୍ଷା କରିଥାଏ ।

    ହୃତପିଣ୍ଡ ସୁସ୍ଥ ରହେ: ସୋରିଷ ତେଲ ବ୍ୟବହାର ଫଳରେ କୋଲେଷ୍ଟରଲ ମାତ୍ରା ସନ୍ତୁଳିତ ରହୁଥିବାରୁ ଏହା ହୃଦ୍ଘାତ ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ ।

    କେଶ ପାଇଁ ବରଦାନ: ନିୟମିତ କେଶରେ ସୋରିଷ ତେଲ ଲଗାଇବା ଦ୍ୱାରା କେଶ ଘନ ଓ କଳା ହୋଇଥାଏ । ରୁପି, କେଶ ଝଡ଼ିବା, ଫାଟିବା, ରୁକ୍ଷ ହେବା ଆଦି ସମସ୍ୟା ମଧ୍ୟ ଦୂରେଇଯାଏ ।

    ତ୍ୱଚାର ସୁନ୍ଦରତା ବଢ଼ିଥାଏ: ଦେହ କିମ୍ବା ମୁହଁରେ ସୋରିଷ ତେଲ ମାଲିସ୍ କରିବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।

    ଓଠ, ପାଦ ଫାଟିବା ସମସ୍ୟା ହୁଏ ଦୂର: ଯଦି ଆପଣଙ୍କର ଓଠ ଏବଂ ପାଦ ଫାଟୁଥାଏ, ତେବେ ଆପଣ ଶୋଇବା ପୂର୍ବରୁ ସୋରିଷ ତେଲ ମାଲିସ୍ କରି ଶୁଅନ୍ତୁ । ଦେଖିବେ ଆପଣଙ୍କର ସମସ୍ୟା ଦୂର ହୋଇଯିବ ଏବଂ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ