ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ସ୍ଥିତି ପରିବର୍ତ୍ତନରେ ଜୀବନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ଚୈତ୍ର ପୂର୍ଣ୍ଣମୀ ଅର୍ଥାତ୍ ୨ ଏପ୍ରିଲ ହନୁମାନ ଜୟନ୍ତୀରେ ଏକ ବିଶେଷ ସଂଯୋଗ ହେଉଛି । ଏହି ଦିନ ମଙ୍ଗଳ ଗ୍ରହ ମୀନ ରାଶିରେ ପ୍ରବେଶ କରିବେ । ଶନି ଦେବ ପୂର୍ବରୁ ଏହି ରାଶିରେ ଉପସ୍ଥିତ ରହିଛନ୍ତି । ଏହି ଦୁଇଟି ଗ୍ରହଙ୍କ ଏକାସାଙ୍ଗରେ ସଂଯୋଗ କିଛି ରାଶିଙ୍କୁ ଶୁଭ ସଙ୍କେତ ଦେଇଥାଏ । ମାନ୍ୟତା ଅନୁସାରେ ଏହି ସଂଯୋଗ ହନୁମାନଙ୍କଠାରୁ ବିଶେଷ କୃପା ମିଳିଥାଏ । ଏହି ପରିବର୍ତ୍ତନ ବୃଷ, ମିଥୁନ, ସିଂହ ଏବଂ ତୁଳା ରାଶିର ଲୋକଙ୍କ ପାଇଁ ଲାଭଦାୟକ ହେବ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ କରାଯାଏ । ଅଟକି ଯାଇଥିବା କାମ ପୁରା ହେବା ସହିତ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବ ।
ବୃଷ ରାଶି : ବୃଷ ରାଶିର ଲୋକଙ୍କ ପାଇଁ ଏହି ସମୟ ନୂଆ ପରିବର୍ତ୍ତନର ସଙ୍କେତ ଦେବ । କ୍ୟାରିଅରରେ ଆଗକୁ ବଢିବାର ଭଲ ସୁଯୋଗ ମିଳିବ । ଏଥିସହ ଦୀର୍ଘ ଦିନ ଧରି ଅଟକିଥିବା କାମ ମଧ୍ୟ ପୁରା ହେବ । ଯଦି ଆପଣଙ୍କ ଚାକିରିରେ ପରିବର୍ତ୍ତନ କିମ୍ବା ନୂଆ କାମ ଆରମ୍ଭ କରିବାକୁ ଭାବୁଛନ୍ତି ତେବେ ଏହି ସମୟ ବୃଷ ରାଶିର ଲୋକଙ୍କ ପାଇଁ ଅନୁକୂଳ ରହିବ । ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ହଠାତ୍ ଧନ ବର୍ଷା ହେବ । ପରିବାରର ସହଯୋଗ ମଧ୍ୟ ମିଳିବ । କାମ ପାଇଁ ପ୍ରଶଂସା ମିଳିବା ଦ୍ବାରା ଆତ୍ମବିଶ୍ବାସ ବୃଦ୍ଧି ପାଇବ ।
ମିଥୁନ ରାଶି : ମିଥୁନ ରାଶିର ଲୋକଙ୍କ ପାଇଁ ଏହି ସମୟ ସମ୍ମାନ ଏବଂ ଉନ୍ନତି ଆଣିଦେବ । କାର୍ଯ୍ୟକ୍ଷେତ୍ରରେ କରୁଥିବା ପରିଶ୍ରମର ଫଳ ମିଳିବ ଏବଂ ବସ୍ ଏବଂ ସିନିୟର୍ସଙ୍କଠାରୁ ସହଯୋଗ ମଧ୍ୟ ପ୍ରାପ୍ତ ହେବ । ଚାକିରିରେ ପ୍ରମୋସନ୍ ହୋଇପାରେ । ବ୍ୟବସାୟୀଙ୍କ ପାଇଁ ମଧ୍ୟ ଏହି ସମୟ ଲାଭର ଏକ ଭଲ ଯୋଗ ରହିଛି । ପୂର୍ବ ଅପେକ୍ଷା ମନ ଶାନ୍ତ ଏବଂ ସ୍ଥିର ରହିବ । ଯାହାଦ୍ବାରା ଆପଣଙ୍କ ପାଇଁ ସୁନିଶ୍ଚିତ ନିଷ୍ପତ୍ତି ନେବାରେ ସକ୍ଷମ ହେବେ । ସମ୍ପର୍କରେ ମଧ୍ୟ ସୁଧାର ଦେଖିବାକୁ ମିଳିବ ।
ସିଂହ ରାଶି : ସିଂହ ରାଶିର ଲୋକଙ୍କ ପାଇଁ ଏହି ସମୟ ଆଶ୍ବସ୍ତି ପ୍ରମାଣିତ ହୋଇପାରେ । ଦୀର୍ଘଦିନ ଧରି ରହିଆସିଥିବା ସମସ୍ୟାର ଧୀରେ ଧୀରେ ସମାଧାନ ହେବ । ଆପଣଙ୍କୁ ସମ୍ପତ୍ତି କିମ୍ବା ନିବେଶ ସମ୍ବନ୍ଧୀୟ କିଛି ଭଲ ଖବର ମିଳିପାରେ । ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବା ସହିତ ଖର୍ଚ୍ଚ ନିୟନ୍ତ୍ରଣରେ ରହିବ । ପରିବାର ସହିତ ସମୟ ବିତାଇବାର ସୁଯୋଗ ମିଳିବ । ଯାହା ଆପଣଙ୍କୁ ଖୁବ୍ ଆନନ୍ଦ ଦେବ ।
ତୁଳା ରାଶି : ତୁଳା ରାଶି ପାଇଁ ଏହି ପରିବର୍ତ୍ତନ ଅନେକ କ୍ଷେତ୍ରରେ ଲାଭ ଆଣିବ । ପୁରୁଣା ବିବାଦର ସମାଧାନ ହେବ । କୋର୍ଟ ମାମଲାରୁ ମଧ୍ୟ ଆଶ୍ବସ୍ତି ମିଳିପାରେ । ଶତ୍ରୁନାଶ ହେବେ ଏବଂ ଅଟକିଥିବା କାମ ପୁରା ହେବ ।କ୍ୟାରିଅରରେ ନୂଆ ସମ୍ଭାବନା ସୃଷ୍ଟି ହେବ । କଠିନ ପରିଶ୍ରମର ଉପଯୁକ୍ତ ମୂଲ୍ୟ ମିଳିବ । ପରିବାରରେ ସୁଖ, ଶାନ୍ତି ଏବଂ ଖୁସି ବଢିବ । ଏହି ସମୟରେ ଆପଣଙ୍କୁ ମାନସିକ ଶାନ୍ତି ମିଳିବ ।
