Wednesday, October 7, 2026
27.2 C
Odisha

    ହସ୍ତଶିଳ୍ପ ସାମଗ୍ରୀକୁ ମିଳିବ ଅଗ୍ରାଧିକାର, ଶସ୍ତା ହେବ ପୋଷାକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଜିଏସଟି ପରିଷଦ ବୈଠକରେ ନାଗରିକ କେନ୍ଦ୍ରିତ ଟିକସ ହାରକୁ ପ୍ରାଧାନ୍ୟ ଦିଆଯାଇଛି। କେବଳ ଚତୁଃସ୍ତରୀୟ ଟିକସ ପ୍ରଣାଳୀକୁ ଦ୍ଵିସ୍ତରୀୟକୁ ହ୍ରାସ କରାଯାଇନାହିଁ ବରଂ ଅନେକ କ୍ଷେତ୍ରରେ ଟିକସ ହାର ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ଦେଶର ବୟନ ଶିଳ୍ପ କ୍ଷେତ୍ରକୁ ପରବର୍ତ୍ତୀ ପିଢିର ଜିଏସଟି ସଂସ୍କାର ଗତିଶୀଳ କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

    ବୟନ ଶିଳ୍ପ ସାମଗ୍ରୀ କ୍ଷେତ୍ରରେ ହୋଇଥିବା ଜିଏସଟି ପରିବର୍ତ୍ତନ ସାମଗ୍ରିକ ଭାବେ ଖର୍ଚ୍ଚ ହ୍ରାସ କରିବା ସହ ଆଗାମୀ ଦିନରେ ଚାହିଦା ବୃଦ୍ଧି କରିବ ଓ ରପ୍ତାନି ବୃଦ୍ଧିରେ ସହାୟକ ହେବ। ମାନବ ନିର୍ମିତ ତନ୍ତୁ ଉପରେ ଜିଏସଟି ୧୮%ରୁ ୫%କୁ ହ୍ରାସ କରାଯାଇଥିବା ବେଳେ ମାନବ ନିର୍ମିତ ସୂତା ଉପରେ ଜିଏସଟି ୧୨%ରୁ ୫%କୁ ହ୍ରାସ କରାଯାଇଛି। ଫଳରେ ଫାଇବର, ସୂତା ଏବଂ କପଡ଼ା ମଧ୍ୟରେ ଥିବା କ୍ରୟ ଜନିତ ବ୍ୟବଧାନ ରହିବ ନାହିଁ । ହସ୍ତଶିଳ୍ପ ସାମଗ୍ରୀ, ସୂତା ଗାଲିଚା, ହସ୍ତବୁଣା କାର୍ପେଟ ଏବଂ ଗାଲିଚା ଉପରେ ମଧ୍ୟ ଜିଏସଟି ୧୨ରୁ ୫%କୁ ହ୍ରାସ କରାଯାଇଛି। କେନ୍ଦ୍ର ବୟନ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, ଏହି ଜିଏସଟି ହ୍ରାସ ଉଭୟ ରପ୍ତାନି ଏବଂ ଘରୋଇ ବ୍ୟବହାରକୁ ବୃଦ୍ଧି କରିବ। ଆମଦାନୀ ଉପରେ ମଧ୍ୟ ଦେଶର ନିର୍ଭରତା ହ୍ରାସ ପାଇବ ବୋଲି ସେ କହିଛନ୍ତି। ଦେଶରେ ଥିବା ବୟନ କ୍ଷେତ୍ରର ଶିଳ୍ପ ମଧ୍ୟ ଏହି ଜିଏସଟି ସଂସ୍କାରକୁ ସ୍ୱାଗତ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ