Tuesday, March 11, 2025
23.7 C
Odisha

    ହାଇ କୋଲେଷ୍ଟ୍ରୋଲକୁ କିପରି କରିବେ କଣ୍ଟ୍ରୋଲ, ଆପଣାନ୍ତୁ ଏହି ସବୁ ଉପାୟ

    ଆଗକୁ ପଢନ୍ତୁ

    ବର୍ତ୍ତମାନ୍ ଲୋକଙ୍କ ପାଖରେ ହାଇ କୋଲେଷ୍ଟ୍ରୋଲର ସମସ୍ୟା ଦୃତ୍ତ ଗତିରେ ବଢିବାରେ ଲାଗିଛି । ଆଜି କାଲିକା ଲୋକମାନେ କାମ କରିବା ପାଇଁ ବିଭିନ୍ନ ସରଳ ଉପାୟକୁ ମାଧ୍ୟମ କରି ଚାଲୁଛନ୍ତି । ସେମାନଙ୍କ ଖାଦ୍ୟରେ ମଧ୍ୟ କଣ୍ଟ୍ରୋଲ ରଖୁନାହାଁନ୍ତି । ନିଜ ଖାଇବା ଲିଷ୍ଟରେ ଫାଷ୍ଟଫୁଡର ଅନହେଲଦି ଖାଦ୍ୟକୁ ସାମିଲ କରୁଛନ୍ତି । ଯାହା ଦ୍ବାରା ହାଇ କୋଲେଷ୍ଟ୍ରୋଲର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ଡାଏଟ ଏବଂ ଏକ୍ସରସାଇଜ କରିବା ଦ୍ବାରା ଏହି ସବୁ ଚିନ୍ତାରୁ ମୁକ୍ତି ମିଳିପାରିବ । ୱାକ୍ କରି କେମିତି ହାଇ କୋଲେଷ୍ଟ୍ରୋଲକୁ ରୋକି ପାରିବା ସେ ସମ୍ପର୍କରେ ଆସନ୍ତୁ ଜାଣିବା ।

    ହାଇ କୋଲେଷ୍ଟ୍ରୋଲ ପାଇଁ ୱାକିଂର ଫାଇଦା: ୱାକିଂ କରିବା ସମୟରେ ଆମ ସମ୍ପୂର୍ଣ୍ଣ ମାଂସପେଶୀ ସଂଚାଳନ ଉପରେ ପ୍ରଭାବ ପକାଇଥାଏ । ଯେତେବେଳେ ଜଣେ ଦ୍ରୁତ ଗତିରେ ଚାଲିଥାନ୍ତି ସେତେବେଳେ ଆମ ଦେହରୁ ଝାଳ ବୋହିଥାଏ । ଫଳରେ ଆମ ଶରୀରକୁ ମୋଟା କରୁଥିବା ଚର୍ବି ଏବଂ ଟ୍ରାଇଗ୍ଲିସରାଇଟ୍ କମାଇବାରେ ସାହାଯ୍ୟ କରିଥାଏ । ନିୟମିତ ୱାକିଂ କରିବା ଦ୍ବାରା ଏହି ସମସ୍ୟାର ସମାଧାନ ହୋଇଥାଏ ।

    ୱାକିଂ କରିବା ଦ୍ବାରା ଭଲ କୋଲେଷ୍ଟ୍ରୋଲର ବୃଦ୍ଧି: ନିୟମିତ ଦୃତ୍ତ ଗତିରେ ଚାଲିବା ଦ୍ବାରା ଭଲ କୋଲେଷ୍ଟ୍ରୋଲରେ ବୃଦ୍ଧି ଘଟି ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରିଥାଏ ।ଯଦି ବ୍ୟସ୍ତମୟ ଜୀବନରେ ନିୟମିତ ଚାଲିବା ଅସମ୍ଭବ ହେଉଛି, ତେବେ ସପ୍ତାହକୁ ୩ ଦିନ ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବା ଉଚିତ୍ । ଚାଲିବା ଦ୍ବାରା ମାଂସପେଶୀରେ ଥିବା ଚର୍ବି ଏବଂ କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଯାହା ଦ୍ବାରା ଭଲ କୋଲେଷ୍ଟ୍ରୋଲ ବୃଦ୍ଧି ପାଇଥାଏ ।

    ହାଇ କୋଲେଷ୍ଟ୍ରୋଲ୍ ପାଇଁ କେତେ ସମୟ ୱାକିଂ ଜରୁରୀ: ହାଇ କୋଲେଷ୍ଟ୍ରୋଲର ନିୟନ୍ତ୍ରଣ ପାଇଁ ସଠିକ୍ ଉପାୟ ରହିଛି । ଯେମିତିକି କେତେ ସମୟ ଚାଲିବା ଦରକାର, କେତେବେଳେ ୱାକିଂ କରିବା ଆବଶ୍ୟକ । ଏହି ସବୁ ଉପାୟ ଉପରେ ଧ୍ୟାନ ଦେବା ଜରୁରୀ । ଏହା ବ୍ୟତୀତ ମାନସିକ ସ୍ତରରେ ନିଜକୁ ଷ୍ଟ୍ରଙ୍ଗ୍ କରିବା ମଧ୍ୟ ଆବଶ୍ୟକ । ହାଇ କୋଲେଷ୍ଟ୍ରୋଲକୁ କମାଇବା ପାଇଁ ସଠିକ୍ ଉପାୟ ହେଉଛି ଖାଇ ସାରିବା ପରେ ୱାକିଂ କରିବା ଦରକାର । ନିଜ ସୁସ୍ଥ ଜୀବନଯାପନ ପାଇଁ ନିୟମିତ ୪୫ମିନିଟ୍ ପର୍ଯ୍ୟନ୍ତ ଚାଲିବା ଦରକାର । ଯାହା ଫଳରେ ଆମ ଶରୀରକୁ ଭଲ ଫାଇଦା ମିଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.7 ° C
    23.7 °
    23.7 °
    25 %
    2.3kmh
    6 %
    Tue
    24 °
    Wed
    38 °
    Thu
    40 °
    Fri
    41 °
    Sat
    41 °

    ସମ୍ବନ୍ଧିତ