ଆଜିକାଲି ହାତରେ ‘କଡ଼ା’ ପିନ୍ଧିବା ଏକ ଫ୍ୟାଶନରେ ପରିବର୍ତ୍ତନ ହୋଇଛି । ଏହା ଧାର୍ମିକ ମାନ୍ୟତାକୁ ମଧ୍ୟ ସୂଚାଇଥାଏ ।ଅଧିକାଂଶ ବ୍ୟକ୍ତି ବିନା ଜ୍ୟୋତିଷଙ୍କ ପରାମର୍ଶରେ ‘କଡ଼ା’ ପିନ୍ଧିଥାନ୍ତି ।ଏଥିପାଇଁ ପରବର୍ତ୍ତୀ ସମୟରେ ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିିବାକୁ ପଡ଼ିଥାଏ ।
ରାଶି ଅନୁଯାୟୀ କଡ଼ା: ବିଭିନ୍ନ ଧାତୁରେ ନିର୍ମିତ କଡ଼ା ବ୍ୟବହାର କରିବା ତଦାନୁରୂପ ଫଳ ପ୍ରଦାନ କରିଥାଏ । ବିଶେଷ କରି ରାଶି ଅନୁଯାୟୀ କଡ଼ା ପିନ୍ଧିବା ଶୁଭ ହୋଇଥାଏ ।କଡ଼ା ଧାରଣ କରିବାର ଅନେକ ନିୟମ ରହିଛି ଯାହାର ପାଳନ କରିବା ଦ୍ୱାରା ଭାଗ୍ୟୋଦୟ ହୋଇଥାଏ ।
ରୂପା କଡ଼ା: ରୂପା କଡ଼ା ଧାରଣ କଲେ ଚନ୍ଦ୍ର ଏବଂ ଶୁକ୍ର ଗ୍ରହ ମଜବୁତ ହୋଇଥାଏ । ଚନ୍ଦ୍ର ସହ ଜଡ଼ିତ ସମସ୍ତ ଦୋଷ ଦୂର ହୋଇଥାଏ ।ମନ ସ୍ଥିର ରହିବା ସହ ହେବା ସହ ଏକାଗ୍ରତା ବୃଦ୍ଧି ହୁଏ । ଏହା ବ୍ୟତୀତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ମାତା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।
ତମ୍ବା କଡ଼ା: ତମ୍ବା ଧାତୁରେ ନିର୍ମିତ କଡ଼ା ବ୍ୟବହାର କରିବା ଦ୍ୱାରା ଅସ୍ଥିର ମନ ଶାନ୍ତ ରହିଥାଏ ।କାର୍ଯ୍ୟକ୍ଷେତ୍ରରେ ଆର୍ଥିକ ଲାଭ ମିଳିିବା ସହ ବ୍ୟବସାୟରେ ବୃଦ୍ଧି ହୋଇଥାଏ ।ସେହିପରି ତମ୍ବା ଏବଂ ପିତଳ ମିଶ୍ରିତ କଡ଼ା ଧାରଣ କରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂରେଇ ଥାଏ । ପ୍ରଭୁ ହନୁମାନଙ୍କ କୃପା ଲାଭ ହୋଇଥାଏ ।
ଅଷ୍ଟ ଧାତୁ କଡ଼ା: ବାରମ୍ବାର ରୋଗାଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ଅଷ୍ଟଧାତୁ ନିର୍ମିତ କଡ଼ା ଧାରଣ କରିବା ଲାଭଦାୟକ ହୋଇଥାଏ ।ମଙ୍ଗଳବାର ଦିନ କଡ଼ା ତିଆରି କରିପାରିବେ କିମ୍ବା ଶନିବାର ଦିନ କଡ଼ା କିଣି ହନୁମାନ ମନ୍ଦିରରେ ପ୍ରଭୁଙ୍କ ଚରଣରେ ରଖି ହନୁମାନ ଚାଳିଶା ପାଠ କରନ୍ତୁ ।ଏହା ପରେ କଡ଼ାରେ ହନୁମାନଙ୍କ ସିନ୍ଦୁର ଲଗାଇ ରୋଗାଗ୍ରସ୍ତ ବ୍ୟକ୍ତିଙ୍କୁ ପିନ୍ଧାନ୍ତୁ ।
କଡ଼ା ଧାରଣ ନିୟମ: ସୁନାର କଡ଼ା ସୂର୍ଯ୍ୟ ଦେବ, ଚାନ୍ଦିର କଡ଼ା ଚନ୍ଦ୍ର ଦେବ ଏବଂ ପିତଳ କଡ଼ା ଗୁରୁଙ୍କ ପ୍ରତୀକ ଭାବେ ବିବେଚିତ କରାଯାଇଛି ।ସେହିପରି ଲୁହା, ଷ୍ଟିଲ୍ କିମ୍ବା ଜର୍ମାନ କଡ଼ା ଶନି ଦେବଙ୍କ ପ୍ରତୀକ ଭାବେ ବିବେଚିତ କରାଯାଇଛି ।ତେଣୁ ଏହି ସବୁ ଧାତୁ ନିର୍ମିତ
ଧାର୍ମିକ କଡ଼ା ଧାରଣ କରିବା ପୂର୍ବରୁ ଜ୍ୟୋତିଷଙ୍କ ପରାମର୍ଶ ନେବା ଜରୁରୀ ଅଟେ ।