Thursday, October 22, 2026
20 C
Odisha

    ଅଦିନିଆ ରଥଯାତ୍ରା ରୋକିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା

    ଆଗକୁ ପଢନ୍ତୁ

    ପୁରୀ  : ବିଶ୍ବର ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ରୋକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆସନ୍ତା ଡିସେମ୍ବର ସୁଦ୍ଧା ଇସ୍କନ ପକ୍ଷରୁ ବିଶ୍ବର ବିଭିନ୍ନ ସ୍ଥାନରେ ୮୦ଟି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ଗଜପତି ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବିହିତ ପଦକ୍ଷେପ ପାଇଁ ଅବଗତ କରାଇଛନ୍ତି।
    ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶନିବାର ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ‘ଐକ୍ୟ ସ୍ଥାପନା ମଣ୍ଡଳୀ’ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଗୋଟିଏ ତିଥିରେ ରଥଯାତ୍ରା ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଓ ଅନ୍ୟ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ। ସୂଚନା ମୁତାବକ, ଇସ୍କନ ସଂସ୍ଥା ଶ୍ରୀକ୍ଷେତ୍ର ବା ମୂଳ ପୀଠ ପରମ୍ପରାର ବ୍ୟତିକ୍ରମ କରୁଛି। ଆସନ୍ତା ଡିସେମ୍ବର ସୁଦ୍ଧା ଇସ୍କନ ପକ୍ଷରୁ ବିଶ୍ବର ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ବହୁ ଆଚାର୍ଯ୍ୟ ଶାସ୍ତ୍ରୀୟ ମତ ଆଧାରରେ ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ରଥଯାତ୍ରା କରିବା ପାଇଁ ପରାମର୍ଶ ଦେଇଛନ୍ତି। ଗଜପତି ମହାରାଜା କହିଛନ୍ତି, ଇସ୍କନର ଅଦିନିଆ ରଥଯାତ୍ରା ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗୁରୁଦାୟିତ୍ୱ ରହିଛି। ଏନେଇ ସେ ବ୍ୟକ୍ତିଗତ ଭାବେ ଦୁଇ ଦିନ ପୂର୍ବେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଇସ୍କନର ଅଦିନିଆ ରଥଯାତ୍ରା ପ୍ରତିବାଦରେ ରାଜ୍ୟ ବ୍ୟାପୀ ସଚେତନତା ସୃଷ୍ଟି କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଆଲୋଚନା କରାଯିବ। ଇସ୍କନ ମାୟାପୁର କର୍ତ୍ତୃପକ୍ଷଙ୍କୁ ପୁନର୍ବାର ଚିଠି ଲେଖାଯିବ। ସବୁ ପ୍ରକାର ପଦକ୍ଷେପ ନେବା ସତ୍ତ୍ୱେ ଇସ୍କନ କର୍ତ୍ତୃପକ୍ଷ ଅଦିନିଆ ରଥଯାତ୍ରା କଲେ ଆଇନର ଆଶ୍ରୟ ନିଆଯିବ ବୋଲି ଗଜପତି ମହାରାଜା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

    ଇସ୍କନ ଭାରତ ଭିତରେ ଅଦିନିଆ ସ୍ନାନ ପୂର୍ଣ୍ଣମୀ ଏବଂ ରଥଯାତ୍ରା ନ କରିବା ପାଇଁ ଲିଖିତ ଭାବେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଛି। ୨୦୨୫ ପରଠାରୁ ଇସ୍କନ ଭାରତ ଭିତରେ ଅଦିନିଆ ସ୍ନାନ ପୂର୍ଣ୍ଣମୀ ଏବଂ ରଥଯାତ୍ରା କରିବା ଦୃଷ୍ଟି ଗୋଚର ହୋଇନାହିଁ; କିନ୍ତୁ ଇଣ୍ଟରନେଟ ତଥ୍ୟ ଅନୁଯାୟୀ, ବିଶ୍ବର ବିଭିନ୍ନ ସ୍ଥାନରେ ୮୦ଟି ଅଦିନିଆ ରଥଯାତ୍ରା ଓ ୧୦ଟି ସ୍ଥାନରେ ଅଦିନିଆ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି।

    ଏହା ବିରୋଧରେ ସବୁ ସନାତନପ୍ରେମୀ ସଚେତନ ହେବାକୁ ଗଜପତି ଆହ୍ବାନ ଦେଇଛନ୍ତି। ଆସନ୍ତା ପଣା ସଂକ୍ରାନ୍ତିରୁ ଶ୍ରୀମନ୍ଦିର କ୍ୟାଲେଣ୍ଡର ପ୍ରଚଳିତ ହେବାକୁ ଯାଉଛି। କ୍ୟାଲେଣ୍ଡରରେ ଉଲ୍ଲେଖ ହୋଇଥିବା ତାରା ଚିହ୍ନ ଅନୁସାରେ ଭାରତରେ ଥିବା ସବୁ ଜଗନ୍ନାଥ ମନ୍ଦିର ଏହା ପାଳନ କରିବା ବାଧ୍ୟତାମୂଳକ। ସେହିପରି ଭାରତ ଭିତରେ ସବୁ ଜଗନ୍ନାଥ ମନ୍ଦିର ମୂଳ ପୀଠ ବା ଶ୍ରୀମନ୍ଦିର କ୍ୟାଲେଣ୍ଡର ଅନୁସାରେ ପର୍ବପର୍ବାଣି ଓ ନୀତିକାନ୍ତି ପାଳନ କରିବାକୁ ଗଜପତି ମହାରାଜା ପରାମର୍ଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    20 ° C
    20 °
    20 °
    73 %
    1kmh
    72 %
    Thu
    29 °
    Fri
    29 °
    Sat
    28 °
    Sun
    28 °
    Mon
    25 °

    ସମ୍ବନ୍ଧିତ