ସନାତନ ଧର୍ମରେ ଶାରଦୀୟ ନବରାତ୍ରୀର ପାର୍ବଣ ପର୍ବ ଅତ୍ୟନ୍ତ ଉତ୍ସାହ ଏବଂ ଶ୍ରଦ୍ଧାର ସହିତ ମାନାଯାଇଥାଏ । ଆଶ୍ବିନ୍ ମାସ ଶୁକ୍ଳ ପକ୍ଷର ପ୍ରତିପଦା ତିଥିରେ ଆରମ୍ଭ ହେବାକୁ ଯାଉଥିବା ଏହି ମହାନ ପର୍ବ ଚଳିତ ବର୍ଷ ଅକ୍ଟୋବର ୧୧ ତାରିଖ ୨୦୨୬ ରେ ଆରମ୍ଭ ହେବ । ଜ୍ୟୋତିଷ ଓ ପଞ୍ଚାଙ୍ଗ ଅନୁସାରେ ଏହି ବର୍ଷ ଦେବୀ ଦୁର୍ଗା ହାତୀ ଉପରେ ଆଗମନ କରିବେ । ଦେବୀ ଭାଗବତ ପୁରାଣ ଅନୁସାରେ, ଦେବୀଙ୍କ ବାହନ ଦେଶ, ବିଶ୍ୱ ଏବଂ ସମସ୍ତ ରାଶି ପାଇଁ ଆଗାମୀ ସମୟ କିପରି ହେବ ତାହା ନିର୍ଣ୍ଣୟ କରେ ।
ଦେବୀ ହାତୀ ଉପରେ ଚଢି ଆଗମନ କରୁଥିବା ଅର୍ଥ ଅତ୍ୟନ୍ତ ଶୁଭ ହୋଇଥାଏ । ହାତୀକୁ ସୁଖ, ଧନ, ସମୃଦ୍ଧି ଏବଂ ଭଲ ବର୍ଷା ହେବାର ପ୍ରତୀକ ଭାବରେ ବିବେଚନା କରାଯାଏ । ଯାହାର ପ୍ରଭାବରେ ସମାଜରେ ସକରାତ୍ମକ ଶକ୍ତି ଏବଂ ଧନ ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଏହି ଶାରଦୀୟ ନବରାତ୍ରୀରେ କିଛି ରାଶିକୁ ଦେବୀ ଦୁର୍ଗାଙ୍କ ବିଶେଷ ଆଶୀର୍ବାଦ ମିଳିବ । ତେବେ ଆସନ୍ତୁ ସେହି ଭାଗ୍ୟଶାଳୀ ରାଶିଗୁଡିକ ସମ୍ପର୍କରେ ଜାଣିବା ।
ବୃଷ ରାଶି: ଶାରଦୀୟ ନବରାତ୍ରୀରେ ବୃଷ ରାଶିଙ୍କ ପାଇଁ ଅତ୍ୟନ୍ତ ପବିତ୍ର ଏବଂ ସୁନ୍ଦର ହେବ । ଦେବୀ ମାଙ୍କ ଆଶୀର୍ବାଦରେ ଦୀର୍ଘଦିନରୁ ଅଟକି ରହିଥିବା କାମ ପୂର୍ଣ୍ଣ ହେବ । ଧନ ସମ୍ପତ୍ତି ପାଇଁ ନୂଆ ରାସ୍ତା ଖୋଲିବ । ଯାହା ଦ୍ବାରା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ଛାତରଛାତ୍ରୀମାନଙ୍କୁ ସେମାନଙ୍କ କଠିନ ପରିଶ୍ରମର ମୂଲ୍ୟ ମିଳିବ । ବୈବାହିକ ଜୀବନରେ ପ୍ରେମ, ମଧୁରତା ଏବଂ ବୁଛାମଣା ଅଧିକ ଗଭୀର ହେବ । ପୁରୁଣା ଚିନ୍ତାରୁ ମୁକ୍ତି ମିଳିବ ।
କନ୍ୟା ରାଶି: କନ୍ୟା ରାଶିର ଲୋକଙ୍କର ଶାରଦୀୟ ନବରାତ୍ରୀ ଅବସରରେ ନୂଆ ସୁଯୋଗ ଆପଣଙ୍କୁ ମିଳିବ । କ୍ୟାରିଅର ଏବଂ ବ୍ୟବସାୟରେ ସକରାତ୍ମକ ଉନ୍ନତି ଦେଖାଦେବ । ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଏହି ସମୟ ଭଲ ରହିବ । ଶିକ୍ଷା ସହିତ ଜଡିତ ବ୍ୟକ୍ତିମାନଙ୍କୁ ସଫଳତା ମିଳିବ ।
ଧନୁ ରାଶି: ଦେବୀ ଦୁର୍ଗାଙ୍କ ଆଗମନରେ ଧନୁ ରାଶିଙ୍କ ପାଇଁ ସମୟ ଅନୁକୂଳ ରହିବ । ବ୍ୟବସାୟୀଙ୍କ ପାଇଁ ଏହି ସମୟ ଯଥେଷ୍ଟ ଲାଭବାନ ହେବା ପ୍ରମାଣିତ ହେବ । ପୂର୍ବ ଅପେକ୍ଷା ଜୀବନସାଥୀଙ୍କ ସହ ସମ୍ପର୍କ ମଜବୁତ ହେବ । କୌଣସି ବଡ଼ ଆର୍ଥିକ ନିଷ୍ପତ୍ତିଠାରୁ ଦୂରେଇ ରୁହନ୍ତୁ ।
