Tuesday, September 15, 2026
29 C
Odisha

    ହାତ ଖୋଲିଦେଲେ ମୁଖ୍ୟମନ୍ତ୍ରୀ; ବଲାଙ୍ଗିର ଜିଲ୍ଲାରେ ୮୯୦ କୋଟି ଟଙ୍କାର ୮୩ଟି ପ୍ରକଳ୍ପର ଶୁଭାରମ୍ଭ

    ଆଗକୁ ପଢନ୍ତୁ

    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ବେଲପଡା ଓ ପାଟଣାଗଡ ଠାରେ ବଲାଙ୍ଗିର ଜିଲ୍ଲା ପାଇଁ ୮୯୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍‌ଘାଟନ କରିଛନ୍ତି। ଜଳ ସେଚନ, ସ୍ବାସ୍ଥ୍ୟ ଭିତ୍ତିଭୂମି, ପାଇପ ଜଳ ଯୋଗାଣ ପ୍ରକଳ୍ପ, ସେତୁ ନିର୍ମାଣ ପ୍ରକଳ୍ପ, ସଡକ ନିର୍ମାଣ ପ୍ରକଳ୍ପ ଭଳି ସମୁଦାୟ ୮୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବେଲପଡା ଓ ପାଟଣାଗଡରେ ଏଥି ପାଇଁ ଆୟୋଜିତ ଦୁଇଟି ଜନସଭାରେ ଉଦ୍‌ବୋଧନ ଦେଇଥିଲେ।

    ମୁଖ୍ୟମନ୍ତ୍ରୀ ପ୍ରଥମେ ତୁଷୁରା ଏୟାରଷ୍ଟ୍ରିପ ଠାରେ ୬୫ କୋଟି ଟଙ୍କା ବ୍ୟୟରେ ୧୩୩୦ ମିଟର ଏୟାରଷ୍ଟ୍ରିପ ରନୱେର ଉନ୍ନତି କରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉନ୍ନତି କରଣ ପରେ ଏହି ଏୟାରଷ୍ଟ୍ରିପ ୨-ଈ ବର୍ଗରେ ଅନ୍ତର୍ଭୁକ୍ତ ହେବ ଏବଂ ଏହା ଦ୍ବାରା ବଲାଙ୍ଗିର ଓ ଭୁବନେଶ୍ବର ମଧ୍ୟରେ ସିଧାସଳଖ ବିମାନ ଯାତ୍ରା ସମ୍ଭବ ହୋଇ ପାରିବ ଏବଂ ଏହା ଜିଲ୍ଲାର ବିକାଶକୁ ଆହୁରି ଗତିଶୀଳ କରିବ। ଏହା ପରେ ମୁଖ୍ୟମନ୍ତ୍ରୀ ୩୦୦ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପ ମୂଲ୍ୟରେ ବେଲପଡା ବ୍ଲକର ଅପର ଲାନ୍ଥ ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ଓଡିଶାର ଯେଉଁ ବ୍ଲକରେ ଜଳସେଚନ ହାର କମ୍ ଅଛି ସେ ସବୁ ବ୍ଲକରେ ଅଧିକରୁ ଅଧିକ ଜଳସେଚନ ସୁବିଧା ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅପର ଲାନ୍ଥ ପ୍ରକଳ୍ପ ଏହି ପଦକ୍ଷେପର ଅଂଶ ବିଶେଷ। ଆଜିଠାରୁ ଆରମ୍ଭ ହେଲା ବଲାଙ୍ଗିର ବିକାଶର ଧାରା। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲା ପରେ ଉଭୟ ଖରିଫ ଏବଂ ରବି ୠତୁରେ ୧୫ ହଜାର ଏକରରୁ ଅଧିକ ଜମି ଜଳସେଚିତ ହେବ ଏବଂ ଏହା ଦ୍ବାରା ବେଲପଡା ବ୍ଲକର ୨୫ ଟି ଗାଁର ୩୮ ହଜାରରୁ ଅଧିକ ଚାଷୀ ଉପକୃତ ହେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29 ° C
    29 °
    29 °
    69 %
    1.5kmh
    12 %
    Tue
    31 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ