Wednesday, March 19, 2025
35.5 C
Odisha

    ହାର୍ଟ ରୋଗ ପାଇଁ ଅର୍ଜୁନ ଛାଲ ରାମବାଣ ସଦୃଶ

    ଆଗକୁ ପଢନ୍ତୁ

    ନିଜକୁ ସୁସ୍ଥ ରଖିବାକୁ ହେଲେ ପ୍ରଥମେ ନିଜ ହାର୍ଟକୁ ସୁସ୍ଥ ରଖିବା ଜରୁରୀ । କାରଣ ହାର୍ଟ ଜନିତ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି କାଲିକା ସମୟରେ ପ୍ରତ୍ୟେକ ପିଢିର ଲୋକଙ୍କ ପାଖରେ ଏଭଳି ହାର୍ଟ ସମ୍ବନ୍ଧୀୟ ରୋଗର ସମସ୍ୟା ଦେଖିବାକୁ ମିଳୁଛି । ଏଥିରେ ଛୋଟ ଛୁଆ, ଯୁବକମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ଗବେଷକଙ୍କ ମତରେ, ମେଡିସିନ୍ ବ୍ୟତୀତ ଦେଶୀ ଉପଚାର ମାଧ୍ୟମରେ ଏହି ରୋଗରୁ ମୁକ୍ତି ମିଳିପାରିବ । ଆସନ୍ତୁ ଏହାର ଉପଚାର ସମ୍ବନ୍ଧରେ ଜାଣିବା।

    ଅର୍ଜୁନ ଛାଲ : ଅର୍ଜୁନ ଛାଲ ହାର୍ଟରୋଗୀଙ୍କ ପାଇଁ ବେଶ୍ ଲାଭପ୍ରଦ ହୋଇଥାଏ । ଏହାକୁ ସେବନ କରିବା ଦ୍ବାରା ହାର୍ଟ ରୋଗରୁ ଉପଶମ ମିଳିଥାଏ । ଏହା କେବଳ ହାର୍ଟ ସମସ୍ୟା ନୁହେଁ ବରଂ ଅନେକ ରୋଗ ପାଇଁ ରାମବାଣ ଭଳି କାମ କରିଥାଏ । ଅର୍ଜୁନ ଛାଲ ହାର୍ଟ ଉପରେ ସୁପ୍ରଭାବ ପକାଇବା ସହ କୋଲେଷ୍ଟ୍ରୋଲକୁ କମାଇଥାଏ, ବ୍ଲଡ୍ ପ୍ରେସର କମାଇଥାଏ, କାଶ ଓ କଫ କମାଇଥାଏ, ଡ୍ରାଏ ସ୍କିନ୍ ଉପରେ ବି ପ୍ରଭାବ ପକାଇଥାଏ । ଏହା ସହିତ ହାର୍ଟର ପମ୍ପିଂ ପାୱାରକୁ ମଧ୍ୟ ବଢାଇବାରେ ସାହାଯ୍ୟ କରିଥାଏ । ତେଣୁ ଅର୍ଜୁନ ଛାଲ ସେବନ କରିବାକୁ ଗବେଷକ ମାନେ ପରାମର୍ଶ ଦେଇଛନ୍ତି ।

    ଅର୍ଜୁନ ଛାଲର ସେବନ ପ୍ରକ୍ରିୟା : ଅର୍ଜୁନ ଛାଲ ଯେକୌଣସି ଦୋକାନରୁ ପାଇପାରିବେ । ଏହି ସବୁ ରୋଗରୁ ଉପଶମ ପାଇବାକୁ ଚାହୁଁଥିବା ବ୍ୟକ୍ତି ଏହାକୁ ସୁଲଭ ମୂଲ୍ୟରେ କିଣିପାରିବେ । ଏହାର ଦାମ୍ ଖୁବ୍ ଶସ୍ତା । ଅର୍ଜୁନ ଛାଲକୁ ଛୋଟ ଛୋଟ ଭାବେ କାଟି ୧୦୦ଗ୍ରାମ୍ ପାଣିରେ ପକାଇ ରଖନ୍ତୁ। ପରଦିନ ସକାଳୁ ସେହି ଅର୍ଜୁନ ଛାଲକୁ ପାଣିରୁ କାଢି ନିୟମିତ ପିଅନ୍ତୁ । ଯାହା ଦ୍ବାରା ଶରୀରକୁ ଭଲ ଫାଇଦା ମିଳିଥାଏ ।

    ଏହାବ୍ୟତୀତ ଅର୍ଜୁନ ପାଉଡର, ଅଦା ଓ ତୁଳସୀପତ୍ର ପାଣିରେ ପକାଇ ଫୁଟାଇ ପିଇପାରିବେ । ଏହାକୁ ଚା ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହାର ଟାବଲେଟ୍ ମଧ୍ୟ ବଜାରରେ ଉପଲବ୍ଧ ହେବା ଆରମ୍ଭ ହେଲାଣି । ଆପଣ ଚାହିୁଁଥିଲେ ଏହାକୁ ଅତି ସହଜରେ ପାଇଯାଇପାରିବେ ।ଅର୍ଜୁନ ପାଉଡରକୁ ମହୁ ସହ ମିଶାଇ ମଧ୍ୟ ଖାଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    21 %
    1.9kmh
    2 %
    Wed
    39 °
    Thu
    40 °
    Fri
    39 °
    Sat
    30 °
    Sun
    32 °

    ସମ୍ବନ୍ଧିତ