Friday, October 2, 2026
22.2 C
Odisha

    ‘ହିନ୍ଦୁ ବିନା ବିଶ୍ୱର ଅସ୍ତିତ୍ୱ ନାହିଁ’: ମୋହନ ଭାଗବତ

    ଆଗକୁ ପଢନ୍ତୁ

    ଇମ୍ଫାଲ   :    ହିନ୍ଦୁ ନରହିଲେ ବିଶ୍ବର ଅସ୍ତିତ୍ବ ରହିବ ନାହିଁ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ  ମୋହନ ଭାଗବତ ଏବେ ୩ଦିନିଆ ମଣିପୁର ଗସ୍ତରେ ଥିବା ବେଳେ ଏଭଳି କହିଛନ୍ତି। ଇମ୍ଫାଲରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ସଭ୍ୟତା, ସମାଜ ଏବଂ ରାଷ୍ଟ୍ରର ଶକ୍ତି ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, “ଆମେ ଏକ ମୌଳିକ ସାମାଜିକ ନେଟୱାର୍କ ସୃଷ୍ଟି କରିଛୁ, ଯାହା ଯୋଗୁଁ ହିନ୍ଦୁ ସମାଜ ବଞ୍ଚି ରହିବ। ଯଦି ହିନ୍ଦୁ  ବଞ୍ଚିବେ ନାହିଁ, ତେବେ ବିଶ୍ୱ ବଞ୍ଚିବ ନାହିଁ। ବିଶ୍ବର ଅସ୍ତିତ୍ବ ରହିବ ନାହିଁ।”  ଭାଗବତ ଆହୁରି କହିଥିଲେ ଯେ, “ସମସ୍ତଙ୍କୁ ପରିସ୍ଥିତି ବିଷୟରେ ବିଚାର କରିବାକୁ ପଡେ। ପରିସ୍ଥିତି ଆସେ ଏବଂ ଯାଏ। ବିଶ୍ୱର ବିଭିନ୍ନ ଦେଶ ବିଭିନ୍ନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। କିଛି ଦେଶ ଶେଷ ମଧ୍ୟ ହୋଇଯାଇଛି। କିନ୍ତୁ ଭାରତର ଅସ୍ତିତ୍ୱ ଏବେ ବି ଅକ୍ଷୁର୍ଣ୍ଣ ରହିଛି। ଭାରତ ହେଉଛି ଏକ ଅମର ସମାଜର ଏବଂ ଅମର ସଭ୍ୟତାର ନାମ । ଅନେକ ଆସିଲେ, ଚମକିଲେ ଏବଂ ଚାଲିଗଲେ। ଆମେ ସମସ୍ତଙ୍କର ଉତ୍ଥାନ ଏବଂ ପତନ ଦେଖିଛୁ। ଏତେ ବର୍ଷ ପରେ ବି ଆମର ଅସ୍ତିତ୍ବ ଦିନକୁ ଦିନ ସୁଦୃଢ଼ ହେବାରେ ଲାଗିଛି। ଆମର ଏବେ ବି ଅସ୍ତିତ୍ୱ ଅଛି ଏବଂ ଆଗକୁ ରହିବ କାରଣ ଆମେ ଆମ ସମାଜ ପାଇଁ ଏକ ମୌଳିକ ନେଟୱାର୍କ ନିର୍ମାଣ କରିଛୁ। ସେଥିପାଇଁ, ହିନ୍ଦୁ ସମାଜ ବଞ୍ଚି ରହିବ। ହିନ୍ଦୁ ବିନା, ବିଶ୍ୱର ଅସ୍ତିତ୍ୱ ରହିବ ନାହିଁ। କାରଣ ହିନ୍ଦୁ ସମାଜ ହିଁ ସମୟ ସମୟରେ ବିଶ୍ୱକୁ ଧର୍ମର ପ୍ରକୃତ ଅର୍ଥ ଏବଂ ମାର୍ଗଦର୍ଶନ ପ୍ରଦାନ କରେ। ଏହା ଆମର ଈଶ୍ୱର-ପ୍ରଦତ୍ତ କର୍ତ୍ତବ୍ୟ।” ନକ୍ସଲବାଦର ଉଦାହରଣ ଦେଇ ଭାଗବତ କହିଥିଲେ ଯେ, “ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇପାରିବ। ସମାଜ ଯେତେବେଳେ ନକ୍ସଲବାଦକୁ ଆଉ ସହ୍ୟ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା ସେତେବେଳେ ଏହା ଶେଷ ହୋଇଗଲା। ବ୍ରିଟିଶ ସାମ୍ରାଜ୍ୟର ସୂର୍ଯ୍ୟ କେବେ ଅସ୍ତ ହୋଇନଥିଲା। କିନ୍ତୁ ଭାରତରେ ସେମାନଙ୍କର ସୂର୍ଯ୍ୟାସ୍ତ ଆରମ୍ଭ ହୋଇଥିଲା। ଆମେ ଏଥିପାଇଁ 90ବର୍ଷ ଧରି ପ୍ରୟାସ କରିଥିଲୁ। ୧୮୫୭ରୁ ୧୯୪୭ପର୍ଯ୍ୟନ୍ତ, ଆମେ ସମସ୍ତେ ସ୍ୱାଧୀନତା ପାଇଁ ଲଢ଼ିଥିଲୁ। ଆମେ କେବେ ବି ସେହି ସ୍ୱରକୁ ଦମନ ହେବାକୁ ଦେଇନାହୁଁ। କେତେବେଳେ ଏହା କମିଛି, କେତେବେଳେ ଏହା ବଢ଼ିଛି, କିନ୍ତୁ ଆମେ କେବେ ଏହାକୁ ଦମନ ହେବାକୁ ଦେଇନାହୁଁ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ