Wednesday, September 10, 2025
28.2 C
Odisha

    ହିମାଚଳରେ ପ୍ରକୃତିର ତାଣ୍ଡବଲୀଳା ପରେ ଆସିଲା ହୃଦୟବିଦାରକ ଦୃଶ୍ୟ

    ଆଗକୁ ପଢନ୍ତୁ

    ସିମଲା: ଦିନ ଚାଲିଗଲା, ଚିହ୍ନ ରହିଗଲା । ବନ୍ୟା ସିନା ଛାଡିଛି ହେଲେ କ୍ଷତଚିହ୍ନ ସେମିତି ରହିଛି । ହିମାଚଳ ପ୍ରଦେଶ ଛାତିରେ ପ୍ରକୃତି ତାଣ୍ଡବଲୀଳା ରଚିବା ପରେ ଏବେ ଟକି ଧ୍ବଂସଲୀଳା ଥମିଛି । ଆଉ ବର୍ଷା-ବନ୍ୟାର ସେ ହାହାକାର ପରିସ୍ଥିତି ଟିକେ ସୁଧୁରିଛି । ନଦୀରେ ଜଳ କମିଛି ସତ ହେଲେ ପ୍ରଳୟ ବେଳେ ପାଣି ପାଟିରେ ସବୁ କିଛି ପଶିଯାଇଛି । ଆଉ ଏବେ ଯାହା କିଛି ରହି ଯାଇଛି ତାହା ଗଭୀର କ୍ଷତିର କ୍ଷତଚିହ୍ନ ।ପ୍ରକୃତି କୋପ ଯେ କେତେ ଭୟଙ୍କର ହୋଇପାରେ ତାର ବଡ ଉଦାହରଣ ହିମାଚଳର ମଣ୍ଡିରୁ ଆସି ଥିବା ଚିତ୍ର ହିଁ ବଖାଣୁଛି । କିଏ ପରିବାର ହରାଇଛି, କିଏ ଘରଦ୍ବାର ଦୋକାନ ହରାଇଛି, କିଏ ଜୀବନ ସହ ଜୀବୀକା ବି ହରାଇଛି, କିଏ କେତେ ପରିଶ୍ରମରେ ଗଢିଥିବା ସ୍ବପ୍ନର ଘର ବି ହରାଇଛି । ଥରେ ଭାବିଲେ ଜଣେ ମଣିଷ ତାର ଜୀବନ କାଳ ଭିତରେ କେତେ ପରିଶ୍ରମ କରି ଘରଖଣ୍ଡେ କରିଥିବ ହେଲେ ପ୍ରକୃତି ଗୋଟିଏ ଝଟକାରେ ସେ ଘରକୁ ଧୋଇନେବ- ଓଃ କେମିତି ଲାଗୁଥିବ ତାକୁ । ଏମିତି କେବଳ ଗୋଟିଏ ଘଟଣା ନୁହେଁ ହିମାଚଳପ୍ରଦେଶର ମଣ୍ଡିରୁ ଆସିଛି ଅନେକ କାହାଣୀ ଯାହା କରୁଣ ଓ ଦାରୁଣ ।
    ବନ୍ୟାରେ କ୍ଷତିଗ୍ରସ୍ତ ସ୍ଥାନୀୟ ବାସିନ୍ଦା ପ୍ରଳୟକୁ ପାଖରୁ ଦେଖିଥିବା କହିଛନ୍ତି ଆଉ ବଖାଣିଛନ୍ତି କ୍ଷୟକ୍ଷତି କଥା । କିଛି ଲୋକଙ୍କର ୨୫ ବର୍ଷ ତଳର ବଗିଚା ଧସି ଭାସି ଯାଇଛି ତ କିଏ ଭଗବାନକୁ ଧନ୍ୟବାଦ ଦେଉଛି କି ବରଂ ତାର ସବୁ କିଛି ପାଣି ପାଟିରେ ପଶିଯାଉ କିନ୍ତୁ ତାର ଜୀବନ ସହ ତାର ପରିବାର ସୁରକ୍ଷିତ ଅଛନ୍ତି । ପ୍ରଳୟ ପରେ ଧିରେଧିରେ ଅଣ୍ଟା ସଳଖୁଛି ହିମାଚଳ ପ୍ରଦେଶ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    80 %
    0.9kmh
    51 %
    Wed
    27 °
    Thu
    31 °
    Fri
    32 °
    Sat
    30 °
    Sun
    32 °

    ସମ୍ବନ୍ଧିତ