ଜଳେଶ୍ବର: ହୁ ହୁ ହୋଇ ଜଳିଗଲା ଟ୍ରକ ଓ ଟ୍ରେଲର । ଟ୍ରେଲରକୁ ପଛପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ । ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ପାଇପାସ ନିକଟରେ ବିଳମ୍ବିତ ରାତି ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣା ରେ ଦୁଇ ଗୁରତର ଙ୍କୁ ଉଦ୍ଧାର କରି ବସ୍ତା ହସପିଟାଲ ରେ ଭର୍ତ୍ତି କରା ଯାଇଛି ।
ବିଳମ୍ବିତ ରାତିରେ ୬୦ନମ୍ବର ଜାତୀୟ ରାଜପଥ ର ବସ୍ତା ବାଇପାସ୍ ନିକଟରେ ଏକ ଟ୍ରେଲର କୁ ପଛପଟୁ ଗୋଟିଏ କୋଇଲା ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଫଳରେ ଦୁଇଟି ଯାକ ଟ୍ରକରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ଦୁଇଟି ଯାକ ଟ୍ରକ ହୁ ହୁ ହୋଇ ଜଳି ଯାଇଥିଲା । ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

