Sunday, August 30, 2026
24.6 C
Odisha

    ହୁ ହୁ ହୋଇ ଜଳିଗଲା ଟ୍ରକ ଓ ଟ୍ରେଲର

    ଆଗକୁ ପଢନ୍ତୁ

    ଜଳେଶ୍ବର: ହୁ ହୁ ହୋଇ ଜଳିଗଲା ଟ୍ରକ ଓ ଟ୍ରେଲର ।  ଟ୍ରେଲରକୁ ପଛପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ ।  ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।  ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ପାଇପାସ ନିକଟରେ ବିଳମ୍ବିତ ରାତି ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।  ଦୁର୍ଘଟଣା ରେ ଦୁଇ ଗୁରତର ଙ୍କୁ ଉଦ୍ଧାର କରି ବସ୍ତା ହସପିଟାଲ ରେ ଭର୍ତ୍ତି କରା ଯାଇଛି ।

    ବିଳମ୍ବିତ ରାତିରେ ୬୦ନମ୍ବର ଜାତୀୟ ରାଜପଥ ର ବସ୍ତା ବାଇପାସ୍ ନିକଟରେ ଏକ ଟ୍ରେଲର କୁ ପଛପଟୁ ଗୋଟିଏ କୋଇଲା ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ।  ଫଳରେ ଦୁଇଟି ଯାକ ଟ୍ରକରେ ନିଆଁ ଲାଗି ଯାଇଥିଲା ।  ଚାହୁଁ ଚାହୁଁ ଦୁଇଟି ଯାକ ଟ୍ରକ ହୁ ହୁ ହୋଇ ଜଳି ଯାଇଥିଲା ।  ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.6 ° C
    24.6 °
    24.6 °
    98 %
    1.1kmh
    100 %
    Sat
    25 °
    Sun
    26 °
    Mon
    24 °
    Tue
    23 °
    Wed
    28 °

    ସମ୍ବନ୍ଧିତ