Tuesday, March 31, 2026
38.2 C
Odisha

    ହେଜ୍‌ବୋଲ୍ଲା ମୁଖ୍ୟଙ୍କ ମୃତ୍ୟୁର ୭ ଦିନ ମଧ୍ୟରେ ଜନ୍ମ ନେଲେ ୧୦୦ ‘ନସରାଲ୍ଲା’

    ଆଗକୁ ପଢନ୍ତୁ

    ହେଜ୍‌ବୋଲ୍ଲା ମୁଖ୍ୟ ହାସନ ନସରାଲ୍ଲାଙ୍କ ମୃତ୍ୟୁକୁ ନେଇ ଅନେକ ମୁସଲମାନ ଦେଶ ଚିନ୍ତା ପ୍ରକଟ କରିଛନ୍ତି। ହେଜ୍‌ବୋଲ୍ଲା ମୁଖ୍ୟଙ୍କ ମୃତ୍ୟୁକୁ ନେଇ କ୍ରୋଧିତ ଲୋକମାନେ କହିଥିଲେ ଯେ ଯଦି ଇସ୍ରାଏଲ ଜଣେ ହସନ ନାସରାଲ୍ଲାଙ୍କୁ ହତ୍ୟା କରେ, ତେବେ ହଜାର ହଜାର ଲୋକ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ପ୍ରସ୍ତୁତ ରହିବେ। ଏବେ ଇରାକରେ ପ୍ରାୟ ୧୦୦ ନବଜାତ ଶିଶୁଙ୍କ ନାମ ନସରାଲ୍ଲା ରଖାଯାଇଛି।
    ଇରାକର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି ଯେ ନସରାଲ୍ଲା ନାମକ ୧୦୦ ପିଲାଙ୍କ ଜନ୍ମ ପଞ୍ଜିକୃତ ହୋଇଛି। ସୂଚନାଯୋଗ୍ୟ, ଇରାକର ଲୋକମାନେ ହାସନ ନସରାଲ୍ଲାଙ୍କ ସମ୍ମାନାର୍ଥେ ଏହି ପଦକ୍ଷେପ ନେଇଛନ୍ତି। ସେପ୍ଟେମ୍ବର ୨୭ରେ, ହେଜବୋଲ୍ଲା ମୁଖ୍ୟଙ୍କୁ ଇସ୍ରାଏଲର ସେନା ଦ୍ୱାରା ବେରୁଟ୍‌ର ଦହିୟେହରେ ହତ୍ୟା କରାଯାଇଥିଲା। ହେଜବୋଲ୍ଲା ମୁଖ୍ୟଙ୍କ ମୃତ୍ୟୁ ପରେ ଇରାନ ମଧ୍ୟ ଇସ୍ରାଏଲ ବିରୋଧରେ ଏକ ଫ୍ରଣ୍ଟ ଖୋଲିଛି। ବେରୁଟରେ ହୋଇଥିବା ଆକ୍ରମଣରେ ହାସନ ନସରାଲ୍ଲାଙ୍କ ସମେତ ୨୦ରୁ ଅଧିକ ଶୀର୍ଷ ହେଜବୋଲ୍ଲା ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଇସ୍ରାଏଲ ସୈନ୍ୟ ଦାବି କରିଛନ୍ତି। ଇସ୍ରାଏଲର ଚ୍ୟାନେଲ ୧୨ ନସରାଲ୍ଲାଙ୍କ ମୃତ୍ୟୁକୁ ନେଇ ଏକ ବଡ଼ ଦାବି କରିଛି। ଚ୍ୟାନେଲ କହିଛି ଯେ ଶ୍ୱାସରୁଦ୍ଧ ହେତୁ ତାଙ୍କର ମୃତ୍ୟୁ ଘଟିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    20 %
    3.1kmh
    0 %
    Tue
    38 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ