Sunday, September 13, 2026
23 C
Odisha

    ହେବନାହିଁ ଆର୍‌ସିବିର ବିଜୟ ଶୋଭାଯାତ୍ରା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଇପିଏଲ-୨୦୨୬ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଦଳ କ୍ରମାଗତ ଦୁଇଥର ଆଇପିଏଲ ଚମ୍ପିଆନ ହେବା ପରେ ​‌ବେଙ୍ଗାଲୁରୁ ସମେତ ସମଗ୍ର କର୍ଣ୍ଣାଟକରେ ଖୁସିର ଲହରି ଖେଳିଯାଇଛି। ରବିବାର ରାତିରେ ଫାଇନାଲରେ ଆରସିବି ଗୁଜରାଟକୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟ୍ରଫି ଜିତିବା ପରେ ମଧ୍ୟରାତ୍ରିରେ ପ୍ରଶଂସକମାନେ ରାସ୍ତାକୁ ଓହ୍ଲାଇ ଖୁସି ମନାଇଥିଲେ। ତେବେ ଗତବର୍ଷର ଘଟଣାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ କ୍ରିକେଟ ସଂଘ ପକ୍ଷରୁ ଚଳିତ ବର୍ଷ କୌଣସି ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହେବ ନାହିଁ ବୋଲି ଘୋଷଣା କରିଛି। ଏ ନେଇ ଆରସିବି ପକ୍ଷରୁ ସୋମବାର ସ୍ପଷ୍ଟ କରାଯାଇଛି। ଦୁଇଟି କାରଣ ପାଇଁ ଚଳିତ ଥର ଆରସିବିର ବିଜୟ ଉତ୍ସବ ପାଳନ କରାଯିବ ନାହିଁ ବୋଲି ଜଣାପଡ଼ିଛି। ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ଆଇପିଏଲ-୧୮ରେ ଚମ୍ପିଆନ ହୋଇଥିଲା। ଆରସିବି ପ୍ରଥମ ଥର ପାଇଁ ଆଇପିଏଲ ଟ୍ରଫି ଜିତିଥିବାରୁ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ବିଜୟ ଉତ୍ସବ ସମୟରେ ଦଳାଚକଟାରେ ୧୧ଜଣ ଲୋକ ପ୍ରାଣ ହରାଇଥିଲେ। ଏଥର ଆରସିବି ପରିଚାଳନା, ପୋଲିସ କେହି ଏପରି ଘଟଣାର ପୁନରାବୃତ୍ତି ଚାହୁଁନାହାନ୍ତି। ଏଣୁ ଆରସିବି ବିଜୟ ପରେ ତୁରନ୍ତ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଏକ୍ସରେ ନିବେଦନ କରାଯାଇଥିଲା ଯେ, ପ୍ରଶଂସକମାନେ ଦାୟିତ୍ବବାନ ହୋଇ ନିଜ ଘରେ ଉତ୍ସବ ପାଳନ କରନ୍ତୁ। ପୋଲିସ ମଧ୍ୟ ରାସ୍ତାରେ ଉତ୍ସବ ପାଳନକୁ ବାରଣ କରିଥିଲା। ଅନ୍ୟପକ୍ଷରେ ବୁଧବାର କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଲୋକଭବନରେ ଅପରାହ୍ଣରେ ଶପଥ ଗ୍ରହଣ କରିବେ। ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକଭବନଟି ଚିନ୍ନାସ୍ବାମୀ ଷ୍ଟାଡ଼ିୟମ ନିକଟରେ ଥିବାରୁ ଉକ୍ତ ଅଞ୍ଚଳରେ ପ୍ରବଳ ଗହଳି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ଆରସିବିର ବିଜୟ ଉତ୍ସବ ପାଇଁ ସବୁଜସଙ୍କେତ ଦେଇନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    97 %
    1.5kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ