Sunday, October 4, 2026
28.6 C
Odisha

    ହେଲ୍‌ଥ ଏକ୍ସପର୍ଟଙ୍କ ଠାରୁ ଜାଣନ୍ତୁ, ନଡ଼ିଆ ପାଣି କେଉଁମାନଙ୍କ ପାଇଁ ବିପଦ

    ଆଗକୁ ପଢନ୍ତୁ

    ପଇଡ଼ ପାଣିରେ ଇଲେକ୍ଟ୍ରୋଲାଇଟ୍ସର ଭରପୁର ସୋର୍ସ ରହିଥାଏ। ଏହା ଏକ ଏଭଳି ତତ୍ତ୍ୱ ଯାହା ଶରୀରରେ ହାଇଡ୍ରେସନର ପରିମାଣକୁ ବାଲାନ୍ସ କରିଥାଏ। ପଇଡ଼ ପାଣିରେ ଇଲେକ୍ଟ୍ରୋଲାଇଟ୍ସ ବ୍ୟତୀତ ପୋଟାସିୟମ ମଧ୍ୟ ରହିଥାଏ।

    ହେଲେ ଡାକ୍ତରଙ୍କ ମୁତାବକ, କିଛି ଲୋକଙ୍କୁ ପଇଡ଼ ପାଣି ନ ପିଇବା ଆବଶ୍ୟକ। ଆସନ୍ତୁ ଜାଣିବା ଏହି ବିଷୟରେ..

    ଡାକ୍ତର ଜମାଲ ଏ ଖାନ କହିଛନ୍ତି ଯେ, ବୃଦ୍ଧ ଲୋକଙ୍କୁ ନଡ଼ିଆ ପାଣି କମ ପିଇବା ଆବଶ୍ୟକ। କାରଣ ଏହି ପାଣିରେ ଇଲେକ୍ଟ୍ରୋଲାଇଟ୍ସ ରହିଥାଏ ଏବଂ ବୃଦ୍ଧ ହେବା ପରେ ଶରୀରରେ ଅଧିକ ପୋଟାସିୟମ ମଧ୍ୟ ଭଲ ନୁହେଁ। ହାଇ ପୋଟାସିୟମରେ ହାର୍ଟ ହେଲଥ ବିଗିଡ଼ି ପାରେ।

    ନଡ଼ିଆ ପାଣି ପିଇବା ଦ୍ୱାରା ପୋଟାସିୟମ ସ୍ତର ବଢିଯାଏ, ଯାହା ହୃଦୟ ରୋଗୀଙ୍କ ବିପଦକୁ ବଢ଼ାଇଥାଏ। ବାସ୍ତବରେ, ପୋଟାସିୟମ୍ ହୃଦୟ ମାଂସପେଶୀରେ ଅବରୋଧ ସୃଷ୍ଟି କରିଥାଏ, ଯାହା ହାର୍ଟ ଆଟାକର ସମ୍ଭାବନାକୁ ବଢ଼ାଇଥାଏ।ଏହି ସମସ୍ୟା ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ କାରଣ ଏହି ଅବସ୍ଥାରେ ହୃଦରୋଗ ହେବାର ଆଶଙ୍କା ଅଧିକ ଥାଏ।

    ଯେଉଁମାନଙ୍କର କିଡନୀ ସମସ୍ୟା ଥାଏ ସେମାନେ ଏହାକୁ କମ୍ ପିଇବା ଉଚିତ୍।

    ଡାଇବେଟିସ ଲୋକେ ମଧ୍ୟ ନଡ଼ିଆ ପାଣି କମ ପିଇବା ଉଚିତ୍। କମ୍

    ବିପି ସମସ୍ୟା ଥିଲେ ମଧ୍ୟ ନଡ଼ିଆ ପାଣିରୁ ଦୂରେଇ ରହିବା ଉଚିତ୍।

    ଡକ୍ଟର ଜମାଲ କହିଛନ୍ତି ଯେ, ନଡ଼ିଆ ପାଣି ପ୍ରତିଦିନ ପିଇବା ଯୋଗ୍ୟ ପାନୀୟ ନୁହେଁ।ହାଇଡ୍ରେସନ୍ ସନ୍ତୁଳନ କରିବା, ଗ୍ରୀଷ୍ମ ଋତୁରେ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ଏବଂ ବହୁତ ଝାଳ ବାହାରୁଥିବା ଲୋକଙ୍କ ପାଇଁ ଏହା ଅଧିକ ଲାଭଦାୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ