Sunday, January 12, 2025
20 C
Odisha

    ହୋଟେଲ ରୁମ୍ ବୁକିଂ କରିବା ସମୟରେ କରନ୍ତୁନି ଏହି ଭୁଲ

    ଆଗକୁ ପଢନ୍ତୁ

    ନୂଆ ବର୍ଷ ସମୟରେ ଲୋକମାନେ ପରିବାର, ସାଙ୍ଗସାଥିଙ୍କ ସହ ବିଭିନ୍ନ ସ୍ଥାନ ଭ୍ରମଣ କରିଥାନ୍ତି । ବୃତ୍ତିଗତ ଜୀବନରୁ କିଛି ସମୟର ବ୍ରେକ୍ ନେଇ ମଉଜ ମଜଲିସ କରିଥାନ୍ତି । କେଉଁଠି ଯିବା ପୂର୍ବରୁ ପ୍ରଥମେ ରହିବା ପାଇଁ ହୋଟେଲ ବୁକିଂ କରିଥାନ୍ତି । ବିଶେଷ କରି ଅନଲାଇନ୍ ହୋଟେଲ ବୁକିଂ ସମୟରେ ସାବଧାନତା ଅବଲମ୍ବନ କରିବା ଜରୁରୀ ହୋଇଥାଏ । ଦିନକୁ ଦିନ ଅନଲାଇନ୍ ସ୍କାମ୍ ମାମଲା ବୃଦ୍ଧି ପାଉଥିବା ବେଳେ ଏହା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପିକ୍ ସମୟରେ ସ୍କାମରମାନେ ହୋଟେଲ ବୁକ୍ କରୁଥିବା ବ୍ୟକ୍ତିଙ୍କୁ ନିଜ ଜାଲରେ ଫସାଇବା ପାଇଁ ବିଭିନ୍ନ ପନ୍ଥା ଆପଣାଇଥାନ୍ତି ।

    ୧- ମିଥ୍ୟା ଅଫର ଠାରୁ ଦୂରେଇ ରୁହନ୍ତୁ: ଅନେକ ସମୟରେ ମିଥ୍ୟା ପ୍ରଲୋଭନ ଦ୍ୱାରା ଗ୍ରାହକଙ୍କୁ ଆକୃଷ୍ଟ କରି ଠକିଥାନ୍ତି । ଇ- ମେଲ୍‌, ସୋସିଆଲ ମିଡିଆ, ହ୍ୱାଟ୍ସଆପ୍ କିମ୍ବା ମେସେଜ ଦ୍ୱାରା ରିଆତି ଅଫର ବିଷୟରେ ସୂଚନା ଦେଇଥାନ୍ତି ।

    ୨. ବିଶ୍ୱସନୀୟ ୱେବସାଇଟ୍ ବ୍ୟବହାର କରନ୍ତୁ: ଅନଲାଇନ୍ ହୋଟେଲ ବୁକ୍ କରିବା ପାଇଁ ସବୁବେଳେ ବିଶ୍ୱସନୀୟ ୱେବସାଇଟ୍ ଏବଂ ଆପ୍ ବ୍ୟବହାର କରନ୍ତୁ । ଏମିତି ଅନେକ ଫେକ୍ ସାଇଟ୍ ଓ ଆପ୍ ରହିଛି ଯାହା ଆପଣଙ୍କ ବ୍ୟକ୍ତିଗତ ଡାଟା ଚୋରି କରିପାରେ

    3- କ୍ୟାଶବ୍ୟାକ୍ ଏବଂ ଅଜଣା ଲିଙ୍କ ପ୍ରତି ସାବଧାନ: ଅନେକାଂଶରେ ଇମେଲ କିମ୍ବା ମେସେଜ ମାଧ୍ୟମରେ କ୍ୟାଶବ୍ୟାକ୍ କୁପନ୍ ମିଳିଥିବା କୁହାଯାଏ । ଏଥିରେ ଏକ କୋଡ୍ କିମ୍ବା ଆପକୁ ଇନଷ୍ଟଲ କରିବା ଲିଙ୍କ ଦିଆଯାଏ । ଏଭଳି ଅଜଣା ଲିଙ୍କ ବ୍ୟକ୍ତିଙ୍କୁ ବିଭିନ୍ନ ହୋଟେଲ ବୁକିଂରେ ମନଲୋଭା ରିଆତି ବିଷୟରେ ସୂଚାଇଥାଏ । କିନ୍ତୁ ବେଳେ ବେଳେ ବ୍ୟକ୍ତିଙ୍କୁ ଏଥିରେ ଘାଟା ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    20 ° C
    20 °
    20 °
    54 %
    0.3kmh
    33 %
    Sun
    28 °
    Mon
    29 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ