ପ୍ରେମ ଓ ଭାଇଚାରର ପର୍ବ ହୋଲି । ଏହି ପର୍ବକୁ ପିଲାଠୁ ବଡ଼ ସମସ୍ତେ ଅପେକ୍ଷା କରିଥାନ୍ତି । ବଜାରରେ ବିଭିନ୍ନ ପ୍ରକାର ରଙ୍ଗ ଏବଂ ପିଚକାରୀ ବିକ୍ରି ଆରମ୍ଭ ହୋଇଗଲାଣି । ହୋଲି ଭଳି ବିଶେଷ ଦିନରେ ଲୋକମାନେ ପରସ୍ପର ପରସ୍ପରଙ୍କୁ ରଙ୍ଗ ଲଗା ଲଗି ହୁଅନ୍ତି । କିନ୍ତୁ ଏହାକୁ ପାଳନ ବେଳେ ଆମେ ଭୁଲିଯାଉ କେମିକାଲ ରଙ୍ଗ ବ୍ୟବହାର ଦ୍ୱାରା ଆମ କେଶ ଏବଂ ଚର୍ମରେ ଏହା କି କୁପ୍ରଭାବ ପକାଇଥାଏ । ମଜାମସ୍ତି ସହ କିଛିଟା ସତର୍କତା ଅବଲମ୍ବନ କରିବା ଦ୍ୱାରା ଏହାର ପ୍ରଭାବରୁ ରକ୍ଷା ପାଇପାରିବେ । କାହିଁକିନା ବଜାରରେ ମିଳୁଥିବା ରଙ୍ଗରେ କେମିକାଲ ରହିଛି । ଯାହା ଚର୍ମକୁ କ୍ଷତି ପହଞ୍ଚାଇଥାଏ । ଏହି ସମସ୍ୟା ଭୟରେ କିଛି ଲୋକ ଏହି ଉତ୍ସାହର ପର୍ବକୁ ଭଲ ଭାବେ ଉପଭୋଗ କରିପାରନ୍ତି ନାହିଁ । ତଥାପି, କିଛି ଜରୁରୀ ଚର୍ମ ଯତ୍ନ ନିତି ପାଳନ କରି, ଆପଣ ଆପଣଙ୍କ ଚର୍ମକୁ କ୍ଷତିରୁ ରକ୍ଷା କରିପାରିବେ । ତେଣୁ, ଏଠାରେ ଆମେ ଆପଣଙ୍କୁ କିଛି ସହଜ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଚର୍ମ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିପାରିବ ।
ନଡିଆ ତେଲ : ନଡ଼ିଆ ତେଲ ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ଚର୍ମକୁ ମଇଶ୍ଚରାଇଜ୍ ରଖିବା ସହିତ ଏକ ସୁରକ୍ଷା ସ୍ତର ସୃଷ୍ଟି କରେ । ନଡ଼ିଆ ତେଲ ବ୍ୟବହାର କରି ପିଗ୍ମେଣ୍ଟେସନ୍ ରୋକାଯାଇପାରିବ । ତେଣୁ, ଆପଣଙ୍କର ସ୍କିନ୍ କେୟାରରେ ନଡ଼ିଆ ତେଲକୁ ସାମିଲ କରନ୍ତୁ । ଶୋଇବା ପୂର୍ବରୁ ନଡ଼ିଆ ତେଲକୁ ତ୍ୱଚାକୁ ମାଲିସ୍ କରିବା ଦ୍ୱାରା ଏହାକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ । ଏଥିସହ ହୋଲିରେ ରଙ୍ଗ ଖେଳିବା ପୂର୍ବରୁ ନଡିଆ ତେଲର ବ୍ୟବହାର କରନ୍ତୁ ।
ଚଣା ଏବଂ ଦହି ଫେସ୍ ପ୍ୟାକ୍ : ଗ୍ଲୋଇଂ ସ୍କିନ୍ ପାଇଁ ଚଣା ଏବଂ ଦହି ଖୁବ୍ ଭଲ ହୋଇଥାଏ । ହୋଲି ପୂର୍ବରୁ ଏହାକୁ ଆପଣଙ୍କର ସ୍କିନ୍ କେୟାରରେ ସାମିଲ କରିବା ଦ୍ଵାରା ଆପଣଙ୍କ ତ୍ୱଚାକୁ କ୍ଷତିରୁ ରକ୍ଷା କରାଯାଇପାରିବ । ପ୍ରଥମେ, ଚଣା ଏବଂ ଦହିର ଏକ ପେଷ୍ଟ ତିଆରି କରି ଏହାକୁ ଆପଣଙ୍କ ମୁହଁରେ ଲଗାନ୍ତୁ । ଯାହା ଡେଡ୍ ସ୍କିନ୍ ସେଲସକୁ ଦୂର କରିବାରେ ସାହାୟକ କରିବ ।
ଆଲୋଭେରା : ଏହାର ଜେଲ୍ ଆମ ସ୍କିନ୍ ପାଇଁ ଖୁବ୍ ଫଳପ୍ରଦ ହୋଇଥାଏ । ଯାହାକୁ ଆପଣମାନେ ହୋଲି ପୂର୍ବରୁ ବ୍ୟବହାର କରିପାରିବେ । ହୋଲି ପୂର୍ବରୁ ଏହାକୁ ବ୍ୟବହାର କରିବା ଦ୍ୱାରା ଚର୍ମକୁ କ୍ଷତିରୁ ରକ୍ଷା କରାଯାଇପାରିବ ।
ସୋରିଷ କିମ୍ବା ବାଦାମ ତେଲ : ମୁହଁ, ହାତ ଏବଂ ପାଦରେ ସୋରିଷ କିମ୍ବା ବାଦାମ ତେଲ ଲଗାଇବା ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ଯାହା ଚର୍ମ ପାଇଁ ଏକ ପ୍ରାକୃତିକ ଢାଲ ଭାବରେ କାର୍ଯ୍ୟ କରେ । ଏହାକୁ ମୁହଁ ଏବଂ ବେକରେ ଲଗାଇବା ଦ୍ୱାରା ଚର୍ମକୁ କ୍ଷତିରୁ ରକ୍ଷା କରାଯାଇପାରିବ ।
