Wednesday, July 15, 2026
28.3 C
Odisha

    ହ୍ବାଟ୍ସଆପକୁ ବ୍ୟାନ୍ କଲା ରୁଷ୍, ସୂଚନା ଦେଲା ମେଟା

    ଆଗକୁ ପଢନ୍ତୁ

    ରୁଷ୍ : ଆମେରିକାକୁ ବଡ଼ ଝଟକା ଦେଲା ଋଷିଆ । ଋଷ୍ ମେଟାର ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ହ୍ବାଟ୍ସଆପକୁ ବ୍ୟାନ୍ କରିଦେଇଛି । ଋଷରେ ହ୍ବାଟ୍ସଆପ୍ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରାଯାଇଛି । ଏହି ନିଷ୍ପତ୍ତିକୁ ନିଶ୍ଚିତ କରି ମାସ୍କୋ କହିଛନ୍ତି ଯେ, ମେଟା କମ୍ପାନୀର ଋଷର ଆଇନ ପାଳନ କରୁନାହିଁ ।

    ସୂଚନାନୁଯାୟୀ, ମେଟା ଆଇନ୍ ପାଳନ ନ କରୁଥିବାରୁ ଏହି ପ୍ରତିବନ୍ଧକ ଲଗାଯାଇଛି ବୋଲି ଋଷର ପ୍ରବକ୍ତା ଦିମିତ୍ରୀ ପେସକୋବ ଏକ ମିଡିଆ ପ୍ଲାଟଫର୍ମରେ କହିଛନ୍ତି । ସେ ଲୋକମାନଙ୍କୁ ସ୍ଥାନୀୟ ପ୍ଲାଟଫର୍ମ MAX ବ୍ୟବହାର କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି । MAX ପ୍ଲାଟଫର୍ମ ଏକ ରାଷ୍ଟ୍ରୀୟ ମେସେଞ୍ଜର । ଯାହା ଏହି ନାଗରିକଙ୍କ ପାଇଁ ଉତ୍ତମ ବିକଳ୍ପ ବୋଲି ସେ କହିଛନ୍ତି । ଏହି ଆପ୍ ମାଧ୍ୟମରେ ୟୁଜର୍ସଙ୍କୁ ତଦାରଖ କରିବାକୁ ଅନୁମତି ଦେଇଛି ବୋଲି କହିଛନ୍ତି । ଏଥିସହ ସମାଲୋଚକମାନେ MAXକୁ ନୀରିକ୍ଷଣ ଆପ୍ ବୋଲି କହିଛନ୍ତି ।

    ଏହାରି ମଧ୍ୟରେ ରୁଷର ଅଧିକାରୀମାନେ ଏହି ଦାବିଗୁଡ଼ିକୁ ଖାରଜ କରିବା ସହ ଏହା କହିଛନ୍ତି ଯେ, ଏହି ପ୍ଲାଟଫର୍ମ ସରକାରୀ କାର୍ଯ୍ୟଗୁଡ଼ିକୁ ଏକାଠି କରିବାରେ ସାହାଯ୍ୟ କରିବ ଏବଂ ନାଗରିକଙ୍କ ଦୈନନ୍ଦୀନ କାର୍ଯ୍ୟକୁ ସହଜ ବନାଇବାର ଉଦ୍ଦେଶ୍ୟକୁ ବିକଶିତ କରିବ । ଯେତେବେଳେ ଆମେରିକା ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ଉପରେ ଲଗାତାର ଚାପ ବଢାଇବା ସମୟରେ ଋଷ ଏହି ନିଷ୍ପତ୍ତି ନେଇଛି । ସେହି ସମୟରେ, ରୁଷ ଦ୍ରୁତ ଗତିରେ ନିଜର “ସାର୍ବଭୌମ ଯୋଗାଯୋଗ ଭିତ୍ତିଭୂମି” ବିକାଶ କରିବା ଦିଗରେ କାମ କରୁଛି । ହ୍ୱାଟସଆପ୍ ଉପରେ ପ୍ରତିବନ୍ଧକକୁ ମଧ୍ୟ ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ ଦେଖାଯାଉଛି । ରୁଷ ବିଦେଶୀ ଟେକ୍ କମ୍ପାନୀଗୁଡ଼ିକୁ ମସ୍କୋର ଆଇନ ପାଳନ କରିବାକୁ ନିରନ୍ତର ଚାପ ପକାଉଛି । ଯାହାଦ୍ୱାରା ରୁଷରେ ବର୍ତ୍ତମାନ କେହି ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ ନାହିଁ ।

    ଅନ୍ୟପଟେ  ଏହି ନିଷେଧ ପରେ, ମସ୍କୋର ଜାତୀୟ ପଞ୍ଜିକାରରୁ ହ୍ୱାଟ୍ସଆପ୍ ସହିତ ଜଡିତ କିଛି ଡୋମେନ୍ ନାମକୁ ହଟାଇ ଦିଆଯାଇଛି । ତଥାପି, VPN ଭାବରେ ଜଣାଶୁଣା ଏକ ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱାର୍କ ବ୍ୟବହାର କରି ହ୍ୱାଟ୍ସଆପ୍ ବ୍ୟବହାର କରାଯାଇପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.3 ° C
    28.3 °
    28.3 °
    73 %
    1.9kmh
    99 %
    Wed
    27 °
    Thu
    31 °
    Fri
    28 °
    Sat
    26 °
    Sun
    24 °

    ସମ୍ବନ୍ଧିତ