Tuesday, April 7, 2026
35.3 C
Odisha

    ହ୍ବାଟ୍‌ସ ଆପ୍‌ରେ ମିଳିବ ରାଜସ୍ୱ ସେବା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏଣିକି ହ୍ବାଟ୍‌ସ ଆପ୍‌ରେ ମିଳିବ ରାଜସ୍ୱ ସେବା। ଏ ନେଇ ଆଜି ବଡ ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ୨୪ ଘଣ୍ଟିଆ ସେବା ଯୋଗାଇ ଦେବ ବିଭାଗ। ହ୍ଵାଟସ୍‌ ଆପ୍‌ରେ ଜମିଜମା ବାବଦରେ ସବୁ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ। ଦୁର୍ନୀତି ଅଭିଯୋଗ ଆସିଲେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ। ଏହାଦ୍ବାରା ଦୁର୍ନୀତି ବନ୍ଦ ହେବା ସହ ବାରମ୍ବାର ଲୋକଙ୍କୁ ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନାହିଁ। ନିର୍ଦ୍ଧିଷ୍ଟ ସମୟ ଭିତରେ ସମସ୍ୟା ସମାଧାନ କରାନଗଲେ କିମ୍ବା ଦୁର୍ନୀତି ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। କାମ ନହେଲେ ସିଧାସଳଖ ରାଜସ୍ୱ ମନ୍ତ୍ରୀଙ୍କ ପାଖକୁ ମଧ୍ୟ ଅଭିଯୋଗକାରୀ ହ୍ଵାଟସ ଆପ୍ ଜରିଆରେ ଅଭିଯୋଗ କରିପାରିବେ।

    ସୂଚନାଯୋଗ୍ୟ​ଯେ ଗୁରୁବାର ୫୫ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବ। ଏହା ସହ ହ୍ଵାଟସ ଆପ ସେବାକୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ