Friday, October 2, 2026
25.2 C
Odisha

    ହ୍ୟାଟ୍‌-ଟ୍ରିକ୍‌ ଆଶାରେ ଆପ୍‌: ରାଜଧାନୀ ହାତେଇବା ଲକ୍ଷ୍ୟରେ ବିଜେପି

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ବୁଧବାର ସକାଳୁ ନିର୍ବାଚନ ଆରମ୍ଭ ହୋଇଯାଇଛି। ଅରବିନ୍ଦ କେଜ୍ରିୱାଲ୍‌ ଏବଂ ତାଙ୍କ ସରକାରଙ୍କ ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ରହିଥିବାରୁ ଏଥର ନିର୍ବାଚନ ତାଙ୍କ ପାଇଁ ବେଶ୍‌ ଗୁରତ୍ବପୂର୍ଣ୍ଣ।  ଶାସକ ଦଳ ଆପ, ବିରୋଧୀ ବିଜେପି ଏବଂ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ତେଣୁ ଏଥର ଆପ୍‌ ତୃତୀୟ ଥର ପାଇଁ କ୍ଷମତାକୁ ଫେରୁଛି ନା ବିଜେପି ହାତରେ ଶାସନ ଡୋରି ରହୁଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି।ରାଜଧାନୀକୁ କବଜା କରିବା ଲାଗି ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରତିଯୋଗିତା ହେଉଛି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ନେତା ଓ କର୍ମୀ ଗ୍ରାଉଣ୍ଡରେ ପହଞ୍ଚି ଦଳ କଣ କରିଛି, ଆଗାମୀ ଦିନରେ କଣ କରିବ ସେନେଇ ବି ଆଲୋଚନା କରିଥିଲେ । ଖାସ କରି ଦୁଇଦୁଇ ଥର ଶାସନ କ୍ଷମତାରେ ଥିବା ଆପ୍‌ ଲଗାତାର କ୍ଷମତା ହାତେଇବା ଲାଗି ଅନେକ ପ୍ରକାର ଯୋଜନା କରିଛି । ମାଗଣା ବିଜୁଳି, ମାଗଣା ବସ୍‌ ସେବା ସହିତ ମାଗଣା ପାଣି ତ ଦେଉଛି । ଏହାପରେ ଏଥର ମହିଳାଙ୍କୁ ଫୋକସ୍‌ କରି ମାସିକ ଭତ୍ତା ଘୋଷଣା କରିବା ସହିତ ବ୍ରାହ୍ଣଣଙ୍କ ଲାଗି ଯୋଜନା ବି ଘୋଷଣା ବି କରିଛି। ତେବେ ଏଥର ଦିଲ୍ଲୀରେ କିଏ ବାଜିମାତ୍‌ କରିବ ଦେଖିବା ବାକି ରହିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ