Monday, September 28, 2026
29.4 C
Odisha

    ୟୁଟ୍ୟୁବରଙ୍କ ପାକିସ୍ତାନୀ ଗୁପ୍ତଚର ଲିଙ୍କ୍‌ ପ୍ରସଙ୍ଗରେ ତଦନ୍ତ କରୁଛି ଏନ୍ଆଇଏ: ଆଇନମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କୌଣସି ବି ପରିସ୍ଥିତିରେ ପାକିସ୍ତାନୀ ଗୁପ୍ତଚରଙ୍କୁ ଛଡ଼ାଯିବନି। ଯେତେ ଯାହାର ଲିଙ୍କ୍ ଥିବ, ସବୁ ବାହାରିବ। ଏଥିଲାଗି ଏନ୍ଆଇଏ ୟୁଟ୍ୟୁବରଙ୍କ ପାକିସ୍ତାନୀ ଗୁପ୍ତଚର ଲିଙ୍କ୍‌ ପ୍ରସଙ୍ଗରେ ତଦନ୍ତ କରୁଛି। ଯାହାର ଲିଙ୍କ୍‌ ବାହାରିବ ସେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ଆଜି ଏଭଳି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ସେ କହିଛନ୍ତି, ଏହି ମାମଲାରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ କଠିନ ଦଣ୍ଡରେ ଦଣ୍ଡିତ କରାଯିବ। ଯେଉଁମାନେ ପଡ଼ୋଶୀ ଦେଶ ପାଇଁ ଗୁଇନ୍ଦାଗିରି କରୁଛନ୍ତି ବା ସହାୟତା କରୁଛନ୍ତି, ସେମାନଙ୍କୁ କେବେ ବି ଛଡ଼ା ଯିବନାହିଁ । ପାକିସ୍ତାନ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ପୁରୀ ଲିଙ୍କ୍‌ ମାମଲାରେ ତଦନ୍ତକୁ ଅଧିକ ଜୋରଦାର କରାଯାଇଛି। ମାମଲାର ଅଧିକ ତଦନ୍ତ ପାଇଁ ଖୁବ୍ ଶୀଘ୍ର ପୁରୀ ଯାଇ ତଦନ୍ତ କରିପାରେ ଏନ୍ଆଇଏ । ସେହିପରି ହରିୟାଣା ପୁଲିସ ମଧ୍ୟ ପୁରୀ ଆସିବାର ସମ୍ଭାବନା ରହିଛି । ପୁରୀର ଯୁବତୀ ପ୍ରିୟଙ୍କା ସେନାପତିଙ୍କୁ ପୁରୀ ନଛାଡ଼ି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

    ଏବେ ପୁଲିସ ସ୍କାନରରେ ରହିଛି ପ୍ରିୟଙ୍କାଙ୍କ ପୂରା ପରିବାର । ପୁରୀ ଆସିଥିବା ବେଳେ ଜ୍ୟୋତି ଯାଇଥିବା ସ୍ଥାନକୁ ମଧ୍ୟ ସ୍କାନରରେ ରଖିଛି ପୁଲିସ । ପ୍ରିୟଙ୍କାଙ୍କଠାରୁ ତଥ୍ୟ ନେଇ ସେସବୁ ସ୍ଥାନକୁ ଯାଇ ତଦନ୍ତ କରାଯିବ । ପୁରୀ ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ ଜ୍ୟୋତି , ପୁରୀ ଆସିଥିବା ସମୟରେ ଜ୍ୟୋତି କେଉଁଠିକୁ ଯାଇଥିଲେ, କାହା କାହକୁ ଭେଟିଥିଲେ ? ସେସଂପର୍କରେ ତଦନ୍ତ କରିପାରେ ଜାତୀୟ ତଦନ୍ତକାରୀ ସଂସ୍ଥା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ