Sunday, February 23, 2025
20.5 C
Odisha

    ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ୨୬୯୧ ପଦବୀ ଖାଲି, ଓଡିଶା ପାଇଁ କରିପାରିବେ ଆବେଦନ

    ଆଗକୁ ପଢନ୍ତୁ

    ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ଖାଲିପଡିଛି ଅନେକ ପଦବୀ । ଏଠାରେ ଅପାରଣ୍ଟିସ ୨୬୯୧ ପଦବୀ ଖାଲି ପଡିଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଥିଲେ, ତୁରନ୍ତ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

    ପଦବୀ ବିବରଣୀ : ୨୬୯୧

    ଆନ୍ଧ୍ରପ୍ରଦେଶ : ୫୪୯
    ଅରୁଣାଚଳ ପ୍ରଦେଶ : ୧
    ଆସାମ : ୧୨
    ବିହାର : ୨୦
    ଚଣ୍ଡୀଗଡ ; ୧୧
    ଛତିଶଗଡ : ୧୩
    ଗୋଆ: ୧୯
    ଗୁଜରାଟ : ୧୨୫
    ହରିୟାଣା : ୩୩
    ହିମାଚଳ ପ୍ରଦେଶ : ୨
    ଜମ୍ମୁ କଶ୍ମୀର : ୪
    ଝାଡ଼ଖଣ୍ଡ : ୧୭
    କର୍ଣ୍ଣାଟକ : ୮୨
    କେରଳ: ୧୧୮
    ମଧ୍ୟପ୍ରଦେଶ : ୮୧
    ମହାରାଷ୍ଟ୍ର: ୨୯୬
    ଦିଲ୍ଲୀ : ୬୯
    ଓଡିଶା : ୫୩
    ପଞ୍ଜାବ : ୪୮
    ରାଜସ୍ଥାନ : ୪୧
    ତାମିଲନାଡୁ: ୧୨୨
    ତେଲଙ୍ଗାନା : ୩୦୪
    ଉତ୍ତରାଖଣ୍ଡ : ୯
    ଉତ୍ତରପ୍ରଦେଶ : ୩୬୧
    ପଶ୍ଚିମବଙ୍ଗ: ୭୮

    ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାର ତାରିଖ ୧୯ ଫେବ୍‌ଆରୀରୁ ଆରମ୍ଭ ହୋଇଥିବା ବେଳେ ଶେଷ ମାର୍ଚ୍ଚ ୫ରେ ହେବ ।

    ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ କୌଣସି ବିଭାଗରେ ସ୍ନାତକ ଡିଗ୍ରୀ ରଖିଥିବା ଜରୁରୀ ।

    ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୦ ବର୍ଷରୁ ୨୮ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ଆବେଦନ କରିଥିବା ସଂରକ୍ଷିତ ପ୍ରାର୍ଥୀଙ୍କ ବୟସ ସୀମାରେ ଛାଡ ମିଳିବ । ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ, ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀ ୫ ବର୍ଷ ଏବଂ PwBD ପ୍ରାର୍ଥୀ ୧୦ ବର୍ଷ ଛାଡ ମିଳିବ ।

    ଆବେଦନ ଶୁଳ୍କ : ଏହି ଭର୍ତ୍ତି କେବଳ ଅନଲାଇନ ମାଧ୍ୟମରେ ହେବ । ଇଚ୍ଛୁକ ପ୍ରାର୍ଥୀଙ୍କୁ ନିର୍ଦ୍ଧାରିତ ଶୁଳ୍କ ଦେବାକୁ ହେବ । ସାଧାରଣ, ଓବିସି ଏବଂ EWS ପ୍ରାର୍ଥୀ ୮୦୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ମହିଳା ପ୍ରାର୍ଥୀ ୬୦୦ ଟଙ୍କା ଦେବାକୁ ହେବ । PwBD ପ୍ରାର୍ଥୀ ୪୦୦ ଟଙ୍କା ମିଳିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.5 ° C
    20.5 °
    20.5 °
    35 %
    1.6kmh
    0 %
    Sat
    21 °
    Sun
    33 °
    Mon
    34 °
    Tue
    35 °
    Wed
    35 °

    ସମ୍ବନ୍ଧିତ