Sunday, October 4, 2026
29.6 C
Odisha

    ୟୁପି ଭଳି ଆସୁ ଗୁଣ୍ଡା ଦମନ ଆଇନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଓଡ଼ିଶାରେ ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ପ୍ରଭାବଶାଳୀ ଭାବରେ ରୋକିବା ପାଇଁ ୟୁପି ଗ୍ୟାଙ୍ଗଷ୍ଟର ଆଇନ ଭଳି ଓଡ଼ିଶା ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ଯ୍ୟକଳାପ (ନିବାରଣ) ଆଇନ ପ୍ରଣୟନ କରାଯାଉ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପବାଚସ୍ପତି ଭବାନୀଶଙ୍କର ଭୋଇ ଏହି ପ୍ରସ୍ତାବ ଦେଇଛନ୍ତି। ଉପବାଚସ୍ପତି ତାଙ୍କ ପ୍ରସ୍ତାବରେ ଦର୍ଶାଇଛନ୍ତି ଯେ, ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସଂଗଠିତ ଅପରାଧ, ଗ୍ୟାଙ୍ଗ ଅପରେସନ ଏବଂ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇଛି। ସେହିପରି ଜମି ଦୁର୍ନୀତି, ଚାନ୍ଦା ଆଦାୟ, ସୁପାରି ହତ୍ୟା, ବେଆଇନ ଖଣି, ନିଶାଦ୍ରବ୍ୟ ଚାଲାଣ ଏବଂ ସମନ୍ୱିତ ଅପରାଧୀ ସିଣ୍ଡିକେଟ୍ ଭଳି ଘଟଣା କ୍ରମାଗତ ଭାବରେ ବଢ଼ିଛି। ଏହାର ମୁକାବିଲା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉତ୍ତର ପ୍ରଦେଶ ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ଯ୍ୟକଳାପ (ନିବାରଣ) ଆଇନ, ୧୯୮୬ ପରି ଏକ ସ୍ବତନ୍ତ୍ର ଆଇନ ପ୍ରତିଷ୍ଠା କରିବାର ଦୃଢ଼ ଏବଂ ଜରୁରୀ ଆବଶ୍ୟକତା ରହିଛି। ଉପବାଚସ୍ପତି କହିଛନ୍ତି ଯେ, ଓଡ଼ିଶା ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ଯ୍ୟକଳାପ (ନିବାରଣ) ଆଇନ ଆଣିବାକୁ ମୁଁ ପ୍ରସ୍ତାବ ଦେଇଛି। ଗୁଣ୍ଡାଗର୍ଦି ରୋକିବା ପାଇଁ ମହାରାଷ୍ଟ୍ର, ୟୁପି ଆଦି ରାଜ୍ୟରେ ଏହି ଆଇନ ରହିଛି। ଏହି ଆଇନ ଆସିଲେ ରାଜ୍ୟରେ ଗୁଣ୍ଡା ଏବଂ ଅସାମାଜିକଙ୍କ ଭୟ ରହିବ। ସହ ଗୁଣ୍ଡାଗର୍ଦି କମିବ। ଯାହା ନାଁରେ ୧୦ରୁ ଅଧିକ ମାମଲା ରହିଛି, ସେମାନେ ଜେଲ୍ ଯିବେ। ଜାମିନ ଶୀଘ୍ର ମିଳିପାରିବନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ