Saturday, January 3, 2026
27.6 C
Odisha

    ୟେମେନରେ ଭୟଙ୍କର ଏୟାର ଷ୍ଟ୍ରାଇକ, ୨୦ ମୃତ

    ଆଗକୁ ପଢନ୍ତୁ

    ୟେମେନ: ୟେମେନରେ ଭୟଙ୍କର ଏୟାର ଷ୍ଟ୍ରାଇକ । ସାଉଦିଆରବର ଆକ୍ରମଣରେ ୨୦ ମୃତ । ଦୁଇ ଦେଶ ମଧ୍ୟରେ ବଢ଼ିଲା ଯୁଦ୍ଧ ଆଶଙ୍କା । ୟେମେନରେସାଉଦି ଆରବ ନେତୃତ୍ୱାଧୀନ ମିଳିତ ବାହିନୀ ପକ୍ଷରୁ ବଡ଼ ଧରଣର ବିମାନ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ପ୍ରାୟ ୨୦ ଜଣ ବିଦ୍ରୋହୀ ସୈନ୍ୟ ପ୍ରାଣ ହରାଇଥିବା ଜଣାପଡ଼ିଛି । ‘ସଦର୍ଣ୍ଣ ଟ୍ରାଞ୍ଜିସନାଲ୍ କାଉନସିଲ୍’ ନାମକ ଗୋଷ୍ଠୀର ଶିବିର ଉପରେ ଆଟାକ ହୋଇଛି । ଏହି ଗୋଷ୍ଠୀକୁ ସଂଯୁକ୍ତ ଆରବ ଏମିରେଟ୍ସ ସମର୍ଥନ କରୁଥିବା କୁହାଯାଉଛି । ୟେମେନର ହଦ୍ରାମାଉତ୍ ପ୍ରଦେଶରେ ଥିବା ‘ଅଲ୍-ଖାଶା’ ସାମରିକ ଶିବିର ଏବଂ ସେୟୁନ୍ ବିମାନବନ୍ଦର ନିକଟରେ ଏହି ବୋମା ମାଡ଼ ହୋଇଛି ।

    ଗତ କିଛି ସପ୍ତାହ ଧରି ଏହି ବିଦ୍ରୋହୀ ଗୋଷ୍ଠୀ ୟେମେନର ଅନେକ ଅଞ୍ଚଳ ଦଖଲ କରିନେଇଥିଲେ । ସେମାନଙ୍କୁ ରୋକିବା ପାଇଁ ସାଉଦି ଆରବ ଏହି କଠୋର ପଦକ୍ଷେପ ନେଇଛି । ଏହି ଆକ୍ରମଣ ପରେ ବିଦ୍ରୋହୀ ଗୋଷ୍ଠୀ (STC) ଘୋଷଣା କରିଛି ଯେ ସେମାନେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଦକ୍ଷିଣ ୟେମେନକୁ ଏକ ସ୍ୱତନ୍ତ୍ର ଦେଶ ଭାବେ ଗଠନ କରିବେ, ଯାହାର ନାମ “ସାଉଥ୍ ଆରବିୟା” ରଖାଯିବ । ଏହି ଘଟଣା ପରେ ସାଉଦି ଆରବ ଏବଂ UAE ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି । ସେପଟେ ଆଡେନ ବିମାନବନ୍ଦରରେ ସମସ୍ତ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି । ଯାହାଫଳରେ ସାଧାରଣ ଲୋକେ ବହୁତ ହଇରାଣ ହେଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.6 ° C
    27.6 °
    27.6 °
    27 %
    1.7kmh
    1 %
    Sat
    28 °
    Sun
    28 °
    Mon
    28 °
    Tue
    27 °
    Wed
    28 °

    ସମ୍ବନ୍ଧିତ