Friday, October 2, 2026
22.9 C
Odisha

    ୧୦ମାସ ପୂର୍ବରୁ ବିବାହ କରିଥିବା ପାଇଲଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗତ ରବିବାର ଗୁଜୁରାଟର ପୋରବନ୍ଦରରେ ଏକ ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଥିଲା। ଦୁର୍ଘଟଣାଗସ୍ତ ହେଲିକପ୍ଟରରେ ଥିବା ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ଏହି ତିନିଜଣ ମୃତକଙ୍କ ମଧ୍ୟରେ କାନପୁର ପାଇଲଟ ସୁଧୀର ଯାଦବ ବି ସହିଦ ହୋଇଥିବା ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସୁଧୀର ଯାଦବଙ୍କ ବିବାହ ୨୦୨୪ରେ ହୋଇଥିଲା।  ଆବୃତ୍ତି ଓ ସୁଧୀରଙ୍କ ବିବାହକୁ ମାତ୍ର ୧୦ମ‌ାସ ପୂରା ହୋଇଛି। ସୁଧୀରଙ୍କ ସ୍ତ୍ରୀ ଆବୃତ୍ତି ପାଟନାରେ ଜଜ ଅଛନ୍ତି। ନୂଆବର୍ଷରେ ଆବୃତ୍ତି ଓ ସୁଧୀରଙ୍କ ଶେଷ ଦେଖା ହୋଇଥିଲା।ଏହାପରେ ସୁଧୀର ସମସ୍ତଙ୍କୁ ପରକରି ଆରପାରିକୁ ଚାଲିଯିବେ ଏକଥା କେହି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ। ସୁଧୀରଙ୍କ ବାପା ନବାବ ସିଂହ ଯାଦବ ସେନାରୁ ଅବସର ନେଇଥିବା ବେଳେ ଭାଇ ଧର୍ମେନ୍ଦ୍ର ବାୟୁସେନାରେ କାର୍ଯ୍ୟରତ ଅଛନ୍ତି। ମଙ୍ଗଳବାର ସୁଧୀରଙ୍କ ଅନ୍ତିମ ସଂସ୍କାର କରାଯିବ।  ଘଟଣା ଦିନ ସୁଧୀର ଭାରତୀୟ କୋଷ୍ଟଗାର୍ଡର ଏଏଲଏଚ ଧ୍ରୁବ ହେଲିକପ୍ଟର ଚଲାଉଥିଲେ। ରବିବାର ଦ୍ବିପହର ସମୟରେ ହେଲିକପ୍ଟର ତଳକୁ ଓହ୍ଲାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ସୁଧୀରଙ୍କୁ ମିଶାଇ କମାଣ୍ଡେଣ୍ଟ ସୌରଭ ଓ ନାବିକ ମନୋଜ ସାମିଲ ଥିଲେ।  ତିନିଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ