Wednesday, October 7, 2026
31.4 C
Odisha

    ୧୦୦ ଦିନର ସଫଳତାର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    କେନ୍ଦୁଝର: ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମ୍ମାନୀୟ ଅତିଥି କେନ୍ଦୁଝର ଏମ୍‌ପି ଅନନ୍ତ ନାଏକ, ପାଟଣା ବିଧାୟକ ଅଖିଳ ନାଏକ, ତେଲକୋଇ ବିଧାୟକ ଫକୀର ମହନ ନାଏକ, ଜିଲାପାଳ ବିଶାଳ ସିଂହ, କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ, ଭାଜପା ଜିଲା ସଭାପତି ସବୁଜ ମହାନ୍ତ ବର୍ମା, ଜିଲା ଭାଜପା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଅନୁବ୍ରତ ବେହେରା, ସୁକଦେବ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ପ୍ରଗତିର ନୂତନ ସୂର୍ଯ୍ୟୋଦୟ ତଥା ଓଡ଼ିଶା ସରକାରଙ୍କ ୧୦୦ ଦିନର ପୂର୍ତ୍ତୀ ଉପଲକ୍ଷେ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

    ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଜନସାଧାରଣଙ୍କ ସମର୍ଥନରେ ଭାଜପା ରାଜ୍ୟରେ ସେବା କରିବାର ସୁଯୋଗ ପାଇଛି। ଭାଜପା ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଦଳର ସଂକଳ୍ପ ପତ୍ର ସରକାରଙ୍କ ଧର୍ମ ଗ୍ରନ୍ଥ, ସରକାର ସଂକଳ୍ପ ପୂରଣକୁ ପ୍ରାଥମିକତା ଦେବା ସହ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଏବଂ ମହିଳା ସଶକ୍ତୀକରଣକୁ ବ୍ୟାପକ କରିବା ନିମନ୍ତେ ପ୍ରୟାସ ଜାରି ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

    ସରକାର ଗଠନ ହେବାର ପ୍ରଥମ ଦିନରେ ହିଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲା ଯାଇଥିଲା। ଏହା ଜନସାଧାରଣ ଦେଖିଛନ୍ତି। ଏଥିସହ ରତ୍ନଭଣ୍ଡାର ଖୋଲିବା, ଶ୍ରୀମନ୍ଦିର ପାଇଁ ୫୦୦ କୋଟି, ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟିର କର୍ପସ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ମାତୃଶକ୍ତିଙ୍କୁ ସମ୍ମାନ ଜଣାଇ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ମା’ମାନେ ଉପକୃତ ହୋଇଛନ୍ତି। ଆଗାମୀ ଦିନରେ ୧ କୋଟିରୁ ଅଧିକ ଯୋଗ୍ୟ ମହିଳାଙ୍କୁ ଏଥିରେ ସାମିଲ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

    ଏପରିକି କୃଷକମାନଙ୍କ ଆର୍ଥିକ ସ୍ଥିତିକୁ ସଶକ୍ତ କରିବା ନିମନ୍ତେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ବ୍ୟୟବରାଦ ୩୬%କୁ ବୃଦ୍ଧି କରାଯାଇଛି। କୃଷକଙ୍କ ହିତ ପାଇଁ ଧାନର ଏମ୍‌ଏସ୍‌ପିକୁ ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହାକୁ ରାଜ୍ୟର ଅଗଣିତ ଚାଷୀ ଭାଇ ସ୍ବାଗତ କରିଛନ୍ତି।

    ସେହିପରି ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ସୁଦୃଢ କରିବା ନିମନ୍ତେ ବଜେଟରେ ୩୨% ବୃଦ୍ଧି କରି ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇଦେବା, ଭିତ୍ତିଭୂମିର ବିକାଶ, ଅତ୍ୟାଧୁନିକ ସ୍ବାସ୍ଥ୍ୟ ସୁବିଧା, ଡାକ୍ତର ଏବଂ ପାରାମେଡିକାଲ ପଦବୀ ପୂରଣ, ଆୟୁଷ୍ମାନ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
    ଶିକ୍ଷା କ୍ଷେତ୍ରରେପିଏମ୍‌ ଶ୍ରୀ ଯୋଜନାରେ ରାଜ୍ୟର ୮୦୦ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ସହ ଜାତୀୟ ଶିକ୍ଷା ନୀତିର ସଫଳ ରୂପାୟନ ପାଇଁ ନିଷ୍ପତ୍ତି ନିଆଯାଇଛି। ଗୁଣାତ୍ମକ ଶିକ୍ଷା ଏବଂ ଶିକ୍ଷା ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନରେ କହିଛନ୍ତି।

    ୨୦୩୬ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଓ ସପ୍ନ ସାକାର କରିବା ପାଇଁ ଯେଉଁ ସକଳ୍ପ ନିଆଯାଇଛି ତାହା ଖୁବ ଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଛି। ରାଜ୍ୟବାସୀଙ୍କ ଆସ୍ଥା, ବିଶ୍ବାସକୁ ଅତୁଟ ରଖି ଲୋକଙ୍କ ସରକାର ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ