Wednesday, August 5, 2026
29.1 C
Odisha

    ୧୦ ରୁ ୧୮ ରାଜଧାନୀରେ ଜାତୀୟସ୍ତରୀୟ ଶିଶିର ସରସ ମେଳା, ପଡିବ ୩୪୦ଟି ଷ୍ଟଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତା ୧୦ ତାରିଖରୁ ରାଜଧାନୀରେ ଆରମ୍ଭ ହେବ ଜାତୀୟସ୍ତରୀୟ ଶିଶିର ସରସ ମେଳା -୨୦୨୬ । ଜାନୁଆରୀ ୧୦ରୁ ୧୮ ତାରିଖ ପର୍ଯ୍ୟନ୍ତ ଇଡକୋ ଗ୍ରାଉଣ୍ଡରେ ମେଳା ଚାଲିବ। ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବୁଲିପାରିବେ ରାଜଧାନୀବାସୀ । ଚଳିତବର୍ଷ ମୋଟ ୩୪୦ଟି ଷ୍ଟଲ ପଡିବ । ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାରୁ ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀ ରହିବେ । ଏହାସହ ୨୦ଟି ରାଜ୍ୟର ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀଙ୍କ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ବିକ୍ରି ହେବ । ଏଥିରେ ୩୫ଟି ସ୍ୱତନ୍ତ୍ର ଫୁଡ୍ ଷ୍ଟଲ ରହିବା ସହ ପ୍ରତ୍ୟେକ ଦିନ ମେଳାରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଚଳିତବର୍ଷ ଏହି ମେଳାରେ ୩୦ କୋଟି ବ୍ୟବସାୟର ଲକ୍ଷ୍ୟ ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.1 ° C
    29.1 °
    29.1 °
    78 %
    1.7kmh
    100 %
    Wed
    29 °
    Thu
    27 °
    Fri
    25 °
    Sat
    29 °
    Sun
    31 °

    ସମ୍ବନ୍ଧିତ