Wednesday, April 8, 2026
34.5 C
Odisha

    ୧୨ କୋଟି ଫେରାଇଲେ ଅଭିନେତ୍ରୀ ସାମନ୍ଥା; ଜାଣନ୍ତୁ କାରଣ

    ଆଗକୁ ପଢନ୍ତୁ

    ମୁମ୍ବଇ: ଆଉ ଫିଲ୍ମ କରିବେନି ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ। ସେଥିପାଇଁ ଗଣି ଗଣି ୧୨କୋଟି ଟଙ୍କା ଫେରାଇଦେଲେ ଅଭିନେତ୍ରୀ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।ତେଲୁଗୁ ଏବଂ ତାମିଲ ଫିଲ୍ମ ଇଣ୍ଡଷ୍ଟିରେ ଆଗ ଧାଡିର ଅଭିନେତ୍ରୀ ହେଉଛନ୍ତି ସାମନ୍ଥା। ସାମନ୍ଥା ଦେଖିବାକୁ ଯେମିତି ସୁନ୍ଦର, ତାଙ୍କ ଅଭିନୟ ମଧ୍ୟ ଖୁବ ଭଲ। ଯାହାଦ୍ୱାରା ସେ ସମସ୍ତଙ୍କ ହୃଦୟରେ ରାଜ କରନ୍ତି। ହେଲେ ଏବେ ସାମନ୍ଥାଙ୍କ ଜୀବନରେ ଖେଳିଯାଇଛି ଦୁଃଖ। ଆଉ ଫିଲ୍ମ କରିବେନି ସାମନ୍ଥା। କାହିଁକି କରିବେନି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ।

    ପ୍ରକୃତରେ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଗତି କରୁଛନ୍ତି ସାମନ୍ଥା। ଯାହାର ପ୍ରଭାବ ତାଙ୍କ ବୃତ୍ତିଗତ କାମ ଉପରେ ମଧ୍ୟ ପଡୁଛି। ତାଙ୍କ କ୍ୟାରିୟର ମଧ୍ୟ ତଳକୁ ତଳକୁ ଖସୁଛି। ମାୟୋସିଟିସ୍ ନାମକ ଏକ ଅଟୋମ୍ୟୁମ୍ୟୁନ୍ ରୋଗରେ ପୀଡିତ ସାମନ୍ଥା। ଏହି ରୋଗ ମାଂସପେଶୀକୁ ପ୍ରଭାବିତ କରିଥାଏ। ଯାହା ଦ୍ୱାରା ଦୁର୍ବଳତା ଏବଂ ଯନ୍ତ୍ରଣା ହୋଇଥାଏ । ଏହି ରୋଗରେ ଅନେକ ଦିନ ଧରି ସେ ପୀଡିତ ଅଛନ୍ତି। ସେଥିପାଇଁ ସେ ଚିକିତ୍ସିତ ହେଉଛନ୍ତି।ଏନେଇ ଅଭିନେତ୍ରୀ ନିଜେ ତାଙ୍କ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଜଣାଇଛନ୍ତି। ସେ ବାହାରେ ଏବେ ରହୁଛନ୍ତି। ନିଜକୁ ସମୟ ଦେଉଛନ୍ତି। ଏହା ପୂର୍ବରୁ ସାମନ୍ଥା ତିନୋଟି ଫିଲ୍ମ ପାଇଁ ସାଇନ୍‌ କରିଥିଲେ। ଭଲ ଭଲ ଡିରେକ୍ଟର ଏବଂ ଭଲ ପ୍ରୋଜେକ୍ଟ ମଧ୍ୟ ଥିଲା। ହେଲେ ବର୍ତ୍ତମାନ ସାମନ୍ଥା ଏହା କରିପାରିବେ ନାହିଁ। କାରଣ ତାଙ୍କ ସ୍ୱାସ୍ଥ୍ୟ ଭଲ ହେବା ପାଇଁ ସେ ଟ୍ରିଟମେଣ୍ଟ ହେଉଛନ୍ତି। ସାମନ୍ଥାଙ୍କ ଏଭଳି ନିଷ୍ପତ୍ତି ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇଛି। ଶେଷରେ ୧୨ କୋଟି ଟଙ୍କା ରିର୍ଣ୍ଣ ଦେଇଛନ୍ତି ସାମନ୍ଥା।ସାମନ୍ତ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାଙ୍କ ପ୍ରଶଂସକ ଏବଂ ସହକର୍ମୀଙ୍କଠାରୁ ବିପୁଳ ସମର୍ଥନ ପାଇଛନ୍ତି | ତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ପାଇଁ ତାଙ୍କ ନିଷ୍ପତ୍ତିକୁ ଅନେକେ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    23 %
    0.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ