Saturday, June 6, 2026
29.4 C
Odisha

    ୧୩ରୁ ବଢିବ ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପଛକୁ ପଛ ଆସୁଛି ୨ଟି ଲଘୁଚାପ । ୧୩ରୁ ବଢିବ ବର୍ଷା । ଆସନ୍ତା ୧୩ ତାରିଖରେ ଗୋଟାଏ ଏବଂ ୨୩ ତାରିଖରେ ଆଉ ଗୋଟିଏ ଲଘୁଚାପର ସମ୍ଭାବନା ରହିଛି । ଫଳରେ ଓଡ଼ିଶାର ବିଭିନ୍ନ ନଦୀ ଗୁଡ଼ିକରେ ବନ୍ୟା ସ୍ଥିତିର ଆଶଙ୍କା କରାଯାଉଛି । ୧୩ ତାରିଖରେ ଲଘୁଚାପ ସୃଷ୍ଟି ହୋଇ ଉତ୍ତର ସୀମାନ୍ତବର୍ତ୍ତୀ ଜିଲ୍ଲା କେନ୍ଦୁଝର ଓ ଭଦ୍ରକରେ ଅଧିକ ବର୍ଷା ହେବ । ରାଜ୍ୟର ଅନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟମ ଧରଣର ବର୍ଷାର ଆକଳନ କରାଯାଇଛି ।

    ୧୫ ତାରିଖରୁ ବର୍ଷା କ୍ରମଶଃ କମିବ। ପୁଣି ୨୩ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପର ସମ୍ଭାବନା ରହିଛି । ଫଳରେ ବର୍ଷାର ପରିମାଣ ବଢିପାରେ । ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବଜ୍ରାପାତର ସମ୍ଭାବନା ରହିଛି । କିନ୍ତୁ ମୌସୁମୀ ପ୍ରଭାବରେ ୧ ଜୁନରୁ ଆଜି ପର୍ୟ୍ୟନ୍ତ ବର୍ଷାର ପରିମାଣ ୩୪ପ୍ରତିଶତ ରହିଛି ଯାହାକି ସ୍ୱାଭାବିକ ଠାରୁ ଅଧିକ ବୋଲିପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.4 ° C
    29.4 °
    29.4 °
    61 %
    1.2kmh
    35 %
    Sat
    40 °
    Sun
    41 °
    Mon
    42 °
    Tue
    44 °
    Wed
    42 °

    ସମ୍ବନ୍ଧିତ