Sunday, October 11, 2026
29.5 C
Odisha

    ୧୫ତମ ଜନ୍ମଦିନରେ ୧୦୦ ଫୁଟ୍ ଗଭୀରତାକୁ ଡାଇଭ୍ କଲେ ସର୍ବକନିଷ୍ଠ ଓଡ଼ିଆ ଝିଅ ତିସ୍ୟା ପାଣିଗ୍ରାହୀ

    ଆଗକୁ ପଢନ୍ତୁ

    ସମ୍ବଲପୁର : ଓଡ଼ିଶାର ସ୍କୁବା ଡାଇଭର ତିସ୍ୟା ପାଣିଗ୍ରାହୀ । ତାଙ୍କର ସାହାସିକତା ପାଇଁ ସାଉଣ୍ଟିଛନ୍ତି ଅନେକ ପ୍ରଶଂସା । ଭାରତର ଯୁବ ସ୍କୁବା ଡାଇଭରଙ୍କ ପାଇଁ ପ୍ରେରଣା ସ୍ରୋତ ହୋଇଯାଇଛନ୍ତି। ୮ ଜୁନ ୨୦୨୫ରେ ୧୦୦ ଫୁଟ (୩୦ ମିଟରରୁ ଅଧିକ) ଗଭୀରତାକୁ ଡାଇଭ୍ କରି ନିଜର ୧୫ତମ ଜନ୍ମଦିନ ପାଳନ କରିଛନ୍ତି । ବ୍ୟକ୍ତିଗତ ଆକାଂକ୍ଷା, ସାହସିକତା ଓ ସମୁଦ୍ର ପ୍ରତି ଭଲପାଇବା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଓମାନର ସୁନ୍ଦର ଡେମାନିୟାତ୍ ଦ୍ୱୀପପୁଞ୍ଜର ଗାର୍ଡେନ ଅଫ ଇଡେନ ଡାଇଭ୍ ସାଇଟରେ ଏହି ରେକର୍ଡ ସୃଷ୍ଟିକାରୀ ଡାଇଭ କରିଛନ୍ତି ତିସ୍ୟା। ଏହି ଦ୍ୱୀପଗୁଡ଼ିକ ମସ୍କଟର ସାମୁଦ୍ରିକ ସୀମାରେ ଗଲ୍ଫ୍ ଅଫ୍ ଓମାନରେ ଅବସ୍ଥିତ । ଏହି ମାଇଲଖୁଣ୍ଟ ହାସଲ କରିବା ତିସ୍ୟାଙ୍କ ଦୀର୍ଘଦିନର ଏକ ଲକ୍ଷ୍ୟ ଥିଲା। ଜୁନ ୮ ତାଙ୍କ ଜନ୍ମଦିନ ସହ ବିଶ୍ୱ ସମୁଦ୍ର ଦିବସ ଥିବାରୁ ତାଙ୍କ ଲକ୍ଷ୍ୟ ହାସଲ କରିବାର ଉତ୍କୃଷ୍ଟ ଦିନ ଭାବେ ସେ ଏହି ଦିନକୁ ଚୟନ କରିଥିଲେ। ସେ ତାଙ୍କ ବାପା ପ୍ରିୟଦର୍ଶୀ ପାଣିଗ୍ରାହୀଙ୍କ ସହ ଏହି ଡାଇଭ୍ କରିଥିଲେ। ପ୍ରିୟଦର୍ଶୀ ନିଜେ ମଧ୍ୟ ଜଣେ ଆଡ଼ଭାନସ୍ଡ଼ ସ୍କୁବା ଡାଇଭର। ଝିଅର ୧୫ତମ ଜନ୍ମଦିନରେ ୧୦୦ଫୁଟ ଡାଇଭ କରିଥିବା ଏହି ବାପ-ଝିଅଙ୍କ ଯୋଡି ସାରା ପୃଥିବୀରେ ଥିବା ଖୁବ କମ୍ ବାପ-ଝିଅଙ୍କ ଯୋଡି ମଧ୍ୟରେ ଅନ୍ୟତମ।

    ତିସ୍ୟା, ଯିଏ ଅଗଷ୍ଟ ୨୦୨୦ରେ ୧୦ ବର୍ଷ ବୟସରେ ଓଡ଼ିଶାର ସବୁଠାରୁ କନିଷ୍ଠ ସ୍କୁବା ଡାଇଭର ହୋଇଥିଲେ। ଏବଂ ୧୨ ବର୍ଷ ବୟସରେ ଓଡ଼ିଶାର କନିଷ୍ଠ ଆଡ଼ଭାନସ୍ଡ ଓପେନ ୱାଟର ଡାଇଭର ହୋଇଥିଲେ। ସେ ପୂର୍ବରୁ ୨୧ ମିଟର (୭୦ ଫୁଟ) ପର୍ଯ୍ୟନ୍ତ ଡାଇଭ୍ କରିପାରୁଥିଲେ। ତେବେ ତାଙ୍କୁ ୧୫ ବର୍ଷ ହେବା ସହିତ ସେ ୩୦ ମିଟର (୧୦୦ ଫୁଟ) ଡାଇଭ କରିବାକୁ ଅନୁମତି ପାଇଥିଲେ l ଓମାନ୍ତା ସ୍କୁବା ଓ ଡାଇଭ ଟ୍ରାଇବ ଦୁବାଇ ମିଳିତ ଭାବେ ତିସ୍ୟାଙ୍କ ପାଇଁ ଏହି ଡାଇଭ ଯୋଜନା କରିଥିଲେ। ମାଲଦ୍ବିପ, ଜୋର୍ଡାନ, ସେଶେଲସ୍, ଯୁଏଇ ଓ ଓମାନ ଭଳି ସ୍ଥାନ ଗୁଡ଼ିକରେ ଡାଇଭ୍ କରିଥିବା ତିସ୍ୟା ପ୍ରମାଣିତ କରି ଦେଇଛନ୍ତି ଯେ ବୟସ କେବେ ବି ବାଧକ ସାଜିପାରିବ ନାହିଁ। ଏହାସହ ଯୁବ ପିଢ଼ିକୁ ସାଗର ସଂରକ୍ଷଣ ପ୍ରତି ପ୍ରେରଣା ଯୋଗାଉଛନ୍ତି ୧୫ବର୍ଷୀୟ ତିସ୍ୟା। ସମ୍ବଲପୁରରେ ଜନ୍ମଗ୍ରହଣ କରିଥିବା ତିସ୍ୟା, ପୂର୍ବତନ ମନ୍ତ୍ରୀ ଓ ସାଂସଦ ଶ୍ରୀବଲ୍ଲଭ ପାଣିଗ୍ରାହୀ ଓ ଶିକ୍ଷାବିତ ସୁନନ୍ଦା ପାଣିଗ୍ରାହୀଙ୍କ ଓ ଏବଂ ପୂର୍ବତନ ସମ୍ବଲପୁର ବିଧାୟିକା ଡା. ରସେଶ୍ୱରୀ ପାଣିଗ୍ରାହୀଙ୍କ ନାତୁଣୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ