Wednesday, October 7, 2026
23.2 C
Odisha

    ୧୫ ଦିନରେ ମଲେଣି ଶହେରୁ ଅଧିକ ମଇଁଷି

    ଆଗକୁ ପଢନ୍ତୁ

    ଚାନ୍ଦବାଲି : ଚାନ୍ଦବାଲିରେ ମଇଁଷି ମଡ଼କ । ୧୫ ଦିନରେ ମଲେଣି ଶହେରୁ ଅଧିକ ମଇଁଷି । ଗାଁରେ ପହଁଞ୍ଚି ଚିକିତ୍ସା ଆରମ୍ଭ କଲା ପଶୁ ସମ୍ପଦ ବିଭାଗ । ଭଦ୍ରକ ଜିଲା, ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟତ ଦୋହରାପାଟଣା ଓ ଖଟୁଆପାଟଣା ଗାଁରେ ଦେଖିବାକୁ ମିଳିଛି ମଇଁଷି ମଡକ । ଗତ ୧୫ ଦିନ ମଧ୍ୟରେ ଦୋହରା ଓ ଖଟୁଆପାଟଣା ଗାଁରେ ଅଜଣା ରୋଗରେ ଶହେରୁ ଅଧିକ ମଇଁଷି ମୃତ୍ୟୁ ହୋଇଥିବା ଗୋପାଳକ ଅଭିଯୋଗ କରିଛନ୍ତି । ଏନେଇ ଗୋପାଳକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

    ଏଭଳି ସମସ୍ୟା ସମ୍ପର୍କରେ ଚାଷୀ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସରକାରଙ୍କ ପକ୍ଷରୁ ମଇଁଷିଙ୍କ ମୃତ୍ୟୁର କାରଣ ଖୋଜିବା ସହ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଗାଁରେ ପଶୁ ସମ୍ପଦ ବିଭାଗର ଏକ ଟିମ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ତୁରନ୍ତ ପଦକ୍ଷେପ ନେବା ଲାଗି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ