Wednesday, April 1, 2026
25.3 C
Odisha

    ୧୭ରେ ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍‌ ରବିବାର ଶୀତ ଅନୁଭୂତ ହେବ। ବିଶେଷକରି ଉପକୂଳ ଓ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ଥଣ୍ଡା ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ୧୬ ତାରିଖରେ କୌଣସି ସତର୍କ ସୂଚନା ନଥିବା ବେଳେ ୧୭ ଓ ୧୮ରେ ରାଜ୍ୟର ଗୋଟିଏ ଦୁଇଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି। ଏହି ତାଲିକାରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଗଞ୍ଜାମ , ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ରହିଛି। ଅନ୍ୟପଟେ ରବିବାର ସକାଳେ ଓ ରାତି‌ରେ କଳାହାଣ୍ଡି ଓ କନ୍ଧମାଳରେ ଘନ କୁହୁଡ଼ି ଅନୁଭୂତ ହେବ।

    ଏହି ସମୟରେ ଦୃଶ୍ୟତା କମ୍‌ ରହିବା ସମ୍ଭାବନା ଥିବାରୁ ସତର୍କତା‌ ଅବଲମ୍ବନ କରିବାକୁ କୁହାଯାଇଛି। ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ଦିଆଯାଇ ନାହିଁ। ୧୭ ପରେ ଦିନର ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ୨୦ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନକେନ୍ଦ୍ର ଆକଳନ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୦.୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବାକି ସବୁ ଜିଲ୍ଲାର ତାପମାତ୍ରା ୩୦ ଡିଗ୍ରି ତଳେ ରହିଛି। ରାଉରକେଲାରେ ସର୍ବନିମ୍ନ ୭.୨ଡିଗ୍ରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    35 %
    0.8kmh
    5 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ