Tuesday, October 6, 2026
22.3 C
Odisha

    ୧୭ ବର୍ଷ ପରେ ମୃତ ଘୋଷିତ ବ୍ୟକ୍ତିଙ୍କ ଆବିର୍ଭାବ

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ: ଆଜକୁ ୧୭ ବର୍ଷ ପୂର୍ବେ ମୃତ ଘୋଷିତ ଜଣେ ବ୍ୟକ୍ତିଙ୍କର ପୁଣି ଆବିର୍ଭାବ ଘଟିବା ପରେ ବିହାର ପୁଲିସ ବର୍ତ୍ତମାନ ଅଡୁଆ ସ୍ଥିତିର ସମ୍ମୁଖୀନ ହୋଇଛି। ସୂଚନା ମୁତାବକ ୫୦ ବର୍ଷୀୟ ନାଥୁନି ପାଲ ହେଉଛନ୍ତି ବିହାରର ଦେଓରିଆ ଜିଲା ବାସିନ୍ଦା। ପିଲାବେଳେ ପିତାଙ୍କର ମୃତ୍ୟୁ ଘଟିଥିବାବେଳେ ମାଆ ଆଉ ଜଣକୁ ବିବାହ କରି ପଳାଇଥିଲେ। ସେହିଦିନଠାରୁ ନାଥୁନି ସମ୍ପୂର୍ଣ୍ଣ ଏକୁଟିଆ ହୋଇପଡିଥିଲେ। ପରିସ୍ଥିତିରେ ପଡି ସେ ୨୦୦୭ରେ ଘର ଛାଡି ପଳାଇଥିଲେ। ତାଙ୍କର ମାମୁ ଥାନାରେ ନିଖୋଜ ମାମଲା ଦାଏର କରିଥିବାବେଳେ ସମ୍ପତ୍ତି ଲୋଭରେ କକା ଓ କକା ପୁଅମାନେ ନାଥୁନିଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଥିଲା। ଜେଲରେ କକାଙ୍କର ମୃତ୍ୟୁ ଘଟିଥିବାବେଳେ ତିନି କକା ପୁଅ ଭାଇଙ୍କୁ ଜାମିନ ମିଳିସାରିଛି। ଇତିମଧ୍ୟରେ ଉତ୍ତର ପ୍ରଦେଶର ଝାନ୍‌ସୀ ପୁଲିସ ଚଳିତମାସ ୬ରେ ପାଟ୍ରୋଲିଂ କରୁଥିବାବେଳେ ନାଥୁନିଙ୍କୁ ବୁଲୁଥିବା ଲକ୍ଷ୍ୟ କରିଥିଲା। ପଚରା ଉଚୁରା କରିବା ପରେ ନାଥୁନି ସବୁ କଥା ବର୍ଣ୍ଣନା କରିଥିଲା। ବିହାର ପୁଲିସ ସହ ଯୋଗାଯୋଗ କରିବା ପରେ ସତ ଘଟଣା ସାମନାକୁ ଆସିଛି। ଜଣେ ବ୍ୟକ୍ତି ନିଖୋଜ ଥିବାବେଳେ ବିହାର ପୁଲିସ କିପରି ହତ୍ୟା ଅଭିଯୋଗରେ ୪ ଜଣଙ୍କୁ ଗିରଫ କଲା, ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    79 %
    1kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ