Tuesday, May 12, 2026
27.1 C
Odisha

    ୧୮ରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ, ପ୍ରଶିକ୍ଷଣ ଶିବିରରେ ଯୋଗଦେବେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ନିତିନ ନବୀନ ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ । ଜଟଣୀରେ ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଉଦଘାଟନୀ ସହ ନିଜର ଅଭିଭାଷଣ ରଖିବେ ନିତିନ ନବୀନ । ସେହିଦିନ ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କୋର କମିଟି ବୈଠକରେ ଯୋଗଦେବେ ।

    ମନ୍ତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ବ୍ଲୁ-ପ୍ରିଣ୍ଟ ହୋଇପାରେ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ ନିତିନ ଆସୁଛନ୍ତି ଓଡ଼ିଶା । ୧୮ ତାରିଖ ସକାଳ ୯ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ନୀତିନ । ରାଜ୍ୟ ବିଜେପି ତୁଙ୍ଗ ନେତୃତ୍ୱ ଓ ହଜାର ହଜାର କର୍ମୀ ସ୍ୱାଗତ କରିବେ । ବିମାନବନ୍ଦରରୁ ସିଧାସଳଖ ବିଶାଳ ଶୋଭାଯାତ୍ରାରେ ଜଟଣୀ ପର୍ଯ୍ୟନ୍ତ ନିଆଯିବ ।

    ରାଲି ଜରିଆରେ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ରଖିଛି ଯୋଜନା । ଜଟଣୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଦିନ ୨ଟା ପର୍ଯ୍ୟନ୍ତ ରହି କର୍ମୀଙ୍କୁ ସମ୍ବୋଧନ କରିବେ । ସାଂଗଠନିକ ମାର୍ଗଦର୍ଶନ ପ୍ରଦାନ କରିବେ । ନିତିନଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଏନେଇ ହୋଇଛି ବୈଠକ ।

    ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧକ୍ଷଙ୍କ ଓଡିଶା ଗସ୍ତ ଗୁରୁତ୍ୱ ବହନ କରୁଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ତାଙ୍କର ମାର୍ଗଦର୍ଶନ କର୍ମକର୍ତ୍ତାଙ୍କ ମଧ୍ୟରେ ନୂଆ ଉର୍ଜା ଭରିବ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରଶିକ୍ଷଣ ଶିବିରରେ ନୀତିନଙ୍କ ଉପସ୍ଥିତି ବିରୋଧୀଙ୍କୁ କଡ଼ା ଟକ୍କର ଦେବା ପାଇଁ ଦଳକୁ ରଣନୈତିକ ଭାବେ ପ୍ରସ୍ତୁତ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.1 ° C
    27.1 °
    27.1 °
    63 %
    3.9kmh
    50 %
    Tue
    27 °
    Wed
    41 °
    Thu
    42 °
    Fri
    43 °
    Sat
    43 °

    ସମ୍ବନ୍ଧିତ