Thursday, October 1, 2026
22.7 C
Odisha

    ୧ ଟଙ୍କା ନ ଆସିଲେ ବି ପାଇବେ ସୁଭଦ୍ରା ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପିଏମ ମୋଦୀ। ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ ଟଙ୍କା । ଫର୍ମରେ ଆବେଦନ କରନ୍ତୁ। ଇ-କେୱାଇସି ଦିଅନ୍ତୁ । ନିଶ୍ଚିତ ଟଙ୍କା ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନଙ୍କ ଆକାଉଣ୍ଟକୁ ୧ଟଙ୍କା ନ ଆସିଛି ସେମାନେ ବି ସୁଭଦ୍ରା ଟଙ୍କା ପାଇପାରିବେ। ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି। ସିଷ୍ଟମ୍‌‌ ଚେକ୍‌‌ କରିବାକୁ ଆକାଉଣ୍ଟକୁ ୧ଟଙ୍କା କେବଳ ଟ୍ରାଏଲ ପାଇଁ ପଠାଯାଇଛି। ଯାହା ଆକାଉଣ୍ଟକୁ ୧ଟଙ୍କା ଯାଇନାହିଁ, ସେ ବି ସୁଭଦ୍ରା ଟଙ୍କା ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ୧୭ ତାରିଖରେ ପ୍ରଥମ କିସ୍ତି ମିଳିବା ପରେ ବି ଆବେଦନ କରିପାରିବେ। ରାଜ୍ୟ ବାହାରେ ଥିଲେ ବି ଯେତେ ଆସିବେ ସେବେ ଆବେଦନ କରିଲେ ଟଙ୍କା ପାଇବେ ବୋଲି କହିଛନ୍ତି। ତେବେ ସୁଭଦ୍ରା ଯୋଜନାକୁ ନେଇ ଅନେକ ସାଇବର ଠକ ମାତିଛନ୍ତି। ଫେକ୍‌‌ ଫୋନ୍‌‌ କଲ କିଛି ଆସିଲେ ରିସିଭ ନକରିବାକୁ ପରାମର୍ଶ ଦେଇଛନ୍ତି ପ୍ରଭାତି ପରିଡ଼ା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    35 %
    Thu
    30 °
    Fri
    30 °
    Sat
    30 °
    Sun
    31 °
    Mon
    31 °

    ସମ୍ବନ୍ଧିତ