Friday, April 3, 2026
27 C
Odisha

    ୨ରୁ ବଢ଼ିବ ତାତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଉତ୍ତର-ପୂର୍ବ ଆସାମ ଓ ଆଖପାଖ ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ‌ଏବେ ଅସ୍ପଷ୍ଟ ହେବାରେ ଲାଗିଛି। ତଥାପି ସମ୍ପୃକ୍ତ ଘୂର୍ଣ୍ଣିବଳୟ ସେହି ଅଞ୍ଚଳରେ ଉପରେ ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଉତ୍ତର ସୀମା ମୁମ୍ବାଇ, ଭବାନୀପାଟଣା, ପୁରୀ ସ୍ୟାଣ୍ଡ୍‌ହେଡ୍‌ ଦ୍ବୀପ ଦେଇ ଗତି କରୁଛି। ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଯାଇଛି। ନବରଙ୍ଗପୁର, ମୟୁରଭଞ୍ଜ, ଗଞ୍ଜାମ ବରଗଡ଼, ଦେବଗଡ଼, ନୟାଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଆସନ୍ତାକାଲି ମଧ୍ୟ ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ମଧ୍ୟାହ୍ନ, ସନ୍ଧ୍ୟା ସମୟରେ ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଏହି ୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାପରେ ରାଜ୍ୟରେ ପାଗ ଶୁଖିଲା ରହିବ। ପରବର୍ତ୍ତୀ ୫ରୁ ୬ ଦିନ ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୨ରୁ ୪ ଡିଗ୍ରି ତାପମାତ୍ରା ବୃଦ୍ଧିପାଇବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ