Tuesday, March 31, 2026
35.4 C
Odisha

    ୨୦୨୪ରୁ ୩୪’ ହେବ ଯୁବଶକ୍ତିଙ୍କ ପାଇଁ ସୁବର୍ଣ୍ଣ ଯୁଗ : ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଯୁବଶକ୍ତି ଆଗେଇଲେ ଆଗେଇବ ଦେଶ। ପ୍ରତିଟି ଦେଶ ତଥା ରାଜ୍ୟର ପ୍ରଗତି ପଛରେ ରହୁଛି ଯୁବଶକ୍ତିଙ୍କ ବଡ ଭୂମିକା। ସାରା ବିଶ୍ୱକୁ ଓଡ଼ିଶାର ଯୁବଶକ୍ତିଙ୍କ ସାମର୍ଥ୍ୟ ଦେଖାଇବା ପାଇଁ ଆମ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାରରେ କହିଛନ୍ତି।

    ଚଳିତ ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ଆରମ୍ଭ କରିଥିବା ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ସମରଝୋଳ ଓ ଶେରଗଡରେ ଦୁଇଟି ଜନସଭାକୁ ସମ୍ବୋଧନ କରି କହିଛନ୍ତି ‘୨୦୨୪ରୁ ୨୦୩୪ ହେବ ଓଡ଼ିଶାର ଦଶକ’ ଏହି ଦଶ ବର୍ଷ ଯୁବଶକ୍ତିଙ୍କ ପାଇଁ ସୁବର୍ଣ୍ଣ ଯୁଗ ହେବ। ପ୍ରଥମ ଥର ପାଇଁ ରାଜ୍ୟରେ ୟୁଥ୍‌ ବଜେଟ୍‌ କରାଯିବ। ଯାହା ରାଜ୍ୟର ଯୁବପିଢିଙ୍କ ସ୍ୱପ୍ନ ପୂରଣ କରିବା ସହ ସେମାନଙ୍କୁ ସଶକ୍ତ କରିବା ଦିଗରେ ଖର୍ଚ୍ଚ କରାଯିବ। ଏହି ୟୁଥ୍‌ ବଜେଟ୍‌ ପ୍ରସ୍ତୁତ କରିବାରେ ସାରା ବିଶ୍ୱରେ ଓଡିଶା ହେବ ପ୍ରଥମ ରାଜ୍ୟ। ବିଶାଳ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ସାଢେ ୪ କୋଟି ଭାଇ ଭଉଣୀ ମୋ ପରିବାର ମୋ ପରିବାର, ସେମାନଙ୍କ କଲ୍ୟାଣ ପାଇଁ ମୁଁ କାମ କରି ଆସିଛି । ଆପଣ ମାନଙ୍କ ସହଯୋଗ ପାଇଁ ଆଗୋଇ ଚାଲିଛି । ୫ଟି ଅଧୀନରେ କାମ ଚାଲିଛି, ଆଗକୁ ମଧ୍ୟ ଜାରି ରହିବ। ଆପଣମାନଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ଓଡିଶାର ଶିକ୍ଷା ସ୍ୱାସ୍ଥ୍ୟ ବିକାଶ ହୋଇଛି। ବିଜେଡି ହିଁ ରାଜ୍ୟବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିପାରିବ। ସେମାନଙ୍କ ସାମଗ୍ରିକ ବିକାଶ ବିଜେଡି ସରକାର ଦ୍ବାରା ହୋଇପାରିବ ବୋଲି କହି ବିଜେଡିକୁ ସାଂସଦ ଓ ବିଧାୟକ ନିର୍ବାଚନରେ ଯୋଡ଼ି ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ଆହ୍ବାନ ଦେଇଛନ୍ତି ନବୀନ ପଟ୍ଟନାୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.4 ° C
    35.4 °
    35.4 °
    22 %
    2.9kmh
    45 %
    Tue
    37 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ