Sunday, October 4, 2026
30.6 C
Odisha

    ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନକ୍ସଲ ମୂଳପୋଛ: ଅମିତ୍ ଶାହା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଛତିଶଗଡ ଏନକାଉଣ୍ଟର ପରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୋଦୀଙ୍କ ନେତୃତ୍ଵରେ ଦେଶରୁ ନକ୍ସଲବାଦ ମୂଳୋତ୍ପାଟନ କରାଯିବ। ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନକ୍ସଲବାଦ ମୂଳପୋଛ କରାଯିବ। ନକ୍ସଲ ମାନଙ୍କୁ ମୁଖ୍ୟସ୍ରୋତକୁ ଫେରି ଆସିବାକୁ ଅମିତ୍ ଶାହା ଅପିଲ୍‌ କରିଛନ୍ତି। ହିଂସାରେ ପରିବର୍ତ୍ତନ ଆସେନି, କେବଳ ଶାନ୍ତି ଏବଂ ବିକାଶ ଦ୍ଵାରା ହିଁ ଏହା ସମ୍ଭବ ହୋଇଥାଏ।

    ସୂଚନା ଅନୁସାରେ ଛତିଶଗଡ ସୁକମା ଜିଲ୍ଲା ଅପମ୍ପଲି ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ଡିଆରଜି ଏବଂ ସିଆରପିଏଫ୍ କୋବ୍ରା ଯବାନଙ୍କ ମଧ୍ୟ ମିଳିତ ଅପରେସନ୍ ହୋଇଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୬ ଜଣ ନକ୍ସଲ ନିହତ ହୋଇଥିବାବେଳେ ଦୁଇ ଯବାନ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଏବେବି ଗୁଳି ବିନିମୟ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ