Monday, March 23, 2026
20.3 C
Odisha

    ୨୦୨୬ ସୁଦ୍ଧା ନକ୍ସଲମୁକ୍ତ ହେବ ଦେଶ- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଛତିଶଗଡ଼ର ରାୟପୁର ଗସ୍ତ କରିଛନ୍ତି। ଏହି ସମୟରେ ସେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଏବେ ବାମପନ୍ଥୀ ସମସ୍ୟା ଉପରେ ଚୂଡ଼ାନ୍ତ ଆକ୍ରମଣ କରିବାର ସମୟ ଆସିଛି। ୨୦୨୬ ସୁଦ୍ଧା ନକ୍ସଲମୁକ୍ତ ହେବ ଦେଶ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରଠାରୁ ଏହି ସମସ୍ୟାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରାଯାଇଛି। ୨୦୧୪ରୁ ୨୦୨୪ ମଧ୍ୟରେ ସର୍ବନିମ୍ନ ସଂଖ୍ୟକ ନକ୍ସଲ ମୃତ୍ୟୁ ଘଟିଛି। ୨୦୦୪ରୁ ୨୦୧୪ ମଧ୍ୟରେ ଏବଂ ସେବେଠାରୁ ୫୩ ପ୍ରତିଶତ ଘଟଣା ହ୍ରାସ ପାଇଛି। ଅମିତ ଶାହା କହିଛନ୍ତି, ଭାରତ ସରକାର ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଂଚଳରେ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକର ପ୍ରଗତି ପଥରେ ଯେଉଁ ପ୍ରତିବନ୍ଧକ ରହିଛି ତାହାକୁ ଦୂର କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସମସ୍ତ ସିଏପିଏଫର ଡିଜି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ଶାହା କହିଛନ୍ତି ବାମପନ୍ଥୀ ଉଗ୍ରବାଦ ହେଉଛି ଆଜିର ସବୁଠାରୁ ବଡ଼ ଆହ୍ୱାନ। ସମୁଦାୟ ୧୭,୦୦୦ ଲୋକ ଏହି ସମସ୍ୟାରେ ପ୍ରାଣ ହରାଇଛନ୍ତି। ଏବେ ବାମପନ୍ଥୀ ସମସ୍ୟା ଉପରେ ଚୂଡ଼ାନ୍ତ ଆକ୍ରମଣ କରିବାର ସମୟ ଆସିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    41 %
    1.2kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ