Sunday, April 12, 2026
36.4 C
Odisha

    ୨୩ ରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତର

    ଆଗକୁ ପଢନ୍ତୁ

    ପୁରୀ  :   ଆସିଲା ବଡ଼ ଖବର। ଆସନ୍ତା ସେପ୍ଟେମ୍ୱର ୨୩ ତାରିଖରେ ପୁରୀ ଶ୍ରୀମନ୍ଦିର ଜଗା ଦର୍ଶନ ଉପରେ ଲାଗିବ କଟକଣା। କାରଣ ସେପ୍ଟମ୍ୱର ୨୩ ତାରିଖରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର ହେବ ମହାପ୍ରଭୁଙ୍କ ଅଳଙ୍କାର। ଯାହାକି ପ୍ରାୟ ବର୍ଷେ ହେବ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା। ବିଜେପି ସରକାର ଆସିବା ପରେ ପୁରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରର ଖୋଲା ଯାଇ ମହାପ୍ରଭୁଙ୍କ ଅଳଙ୍କାର ସବୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା।

    ଆଉ ପରେ ରତ୍ନଭଣ୍ଡାରର ମରାମତି ଚାଲିଥିଲା। ଆଉ ଏବେ ଯାହା ସୂଚନା ମିଳିଛି ରତ୍ନଭଣ୍ଡାରର ମରାମତି କାମ ପ୍ରାୟ ଶେଷ ପର୍ଯ୍ୟାୟରେ ତେଣୁ ଆସନ୍ତା ସେପ୍ଟେମ୍ୱର ୨୩ ତାରିଖରେ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଅଳଙ୍କାର। ଏହା ଅମୃତ ବେଳାରେ ସ୍ଥାନାନ୍ତର କରାଯିବ। ସେପ୍ଟେମ୍ୱର ୨୩ ତାରିଖ ସକାଳ ୭ଟା ୧୭ରୁ ୧୧ଟା ୧୭ ମଧ୍ୟରେ ଅମୃତବେଳା ରହିଛି। କେବଳ ପାଳିଆ ସେବକ ଏହି ସ୍ଥାନାନ୍ତର ସମୟରେ ରହିବେ।ସେପ୍ଟେମ୍ୱର ୨୩ ତାରିଖ ପୂର୍ବରୁ ଆଲୋକ ବ୍ୟବସ୍ଥା କରାଯିବ। ଯେଉଁ ସମୟରେ ଅଳଙ୍କାର ସ୍ଥାନାନ୍ତର କରାଯିବ ସେହି ସମୟରେ ନାଟମଣ୍ଡପ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ। ଏପରିକି ୨୩ରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିବ। ହେଲେ ନୀତିକାନ୍ତି ଉପରେ କୌଣସି ପ୍ରଭାବ ପଡିବ ନାହିଁ। ମୂଳ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ପରେ ତାଲା ପଡିବ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ପଡ଼ି ଚାବି ଟ୍ରେଜେରିରେ ରହିବ।

    ଯଦି ସ୍ଥାନାନ୍ତର ୨୩ରେ ନସରେ, ତେବେ ୨୪ରେ ହେବ ପୁନର୍ବାର ସ୍ଥାନାନ୍ତର। ସ୍ଥାନାନ୍ତର ପ୍ରକ୍ରିୟାର ଏକଘଣ୍ଟା ପୂର୍ବରୁ ଶ୍ରୀମନ୍ଦିର ଶୋଧ ହେବ। ପରିଚାଳନା କମିଟି ଗଣତି ମଣତି ଉପରେ ନେବେ ଚୂଡାନ୍ତ ନିଷ୍ପତ୍ତି। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    11 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ