Sunday, February 23, 2025
20.5 C
Odisha

    ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଓଡ଼ିଶା ଟ୍ରାଭେଲ ବଜାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀରେ ଆୟୋଜିତ ହେବାକୁ ଯାଉଛି ଷଷ୍ଠ ଥର ପାଇଁ ଓଡ଼ିଶା ଟ୍ରାଭେଲ ବଜାର ୨୦୨୫। ଆସନ୍ତା ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ। ଭୁବନେଶ୍ୱରର ମେ’ ଫେୟାର କନଭେନସନ ଓ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ଲାଗିବ ଏହି ବଜାର। ଏହା ଏକ ପ୍ରମୁଖ କ୍ରେତା ଓ ବିକ୍ରେତା ସମ୍ମିଳନୀ ହୋଇପାରିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ ଆହୁରି କହିଛନ୍ତି, ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବେ ଜାତୀୟ ଓ ଅନ୍ତର୍ଜାତୀୟ ଟ୍ରାଭେଲ ଓ ଟୁର ଅପରେଟର, ଡେଷ୍ଟିନେସନ ମ୍ୟାନେଜମେଣ୍ଟ କମ୍ପାନୀ ଓ ଓଡ଼ିଶାର ସେଲରମାନଙ୍କୁ ଓଡ଼ିଶାର ବିଭିନ୍ନ ୫ଟି ଟୁରିଜିମ ଅପରିଙ୍ଗଗୁଡିକୁ ଏକ୍ସପ୍ଲୋର କରିବା ପାଇଁ ଏକ ସୁଯୋଗ ସହ ସମସ୍ତେ ଏକତ୍ରିତ ହୋଇପାରିବେ। ଏହି ବଜାର ଓଡ଼ିଶାକୁ ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏକ ଅଗ୍ରଣୀ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବ। ଭାରତର ୩୦ରୁ ଅଧିକ ସହରର ପ୍ରାୟ ୧୦୦ ଘରୋଇ ଟୁର ଅପରେଟର ଏବଂ ଅଷ୍ଟ୍ରେଲିଆ, ୟୁକେ, ଜର୍ମାନୀ , ବେଲ୍ଜିୟମ, ଦକ୍ଷିଣ ଆଫ୍ରିକା, ସ୍ପେନ, ସିଙ୍ଗାପୁର ଭଳି ୧୭ଟି ଦେଶରୁ ୩୦ ରୁ ଅଧିକ ଟୁର ବିଦେଶର ଟୁର ଅପରେଟର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.5 ° C
    20.5 °
    20.5 °
    35 %
    1.6kmh
    0 %
    Sat
    21 °
    Sun
    33 °
    Mon
    34 °
    Tue
    35 °
    Wed
    35 °

    ସମ୍ବନ୍ଧିତ