Friday, September 11, 2026
26.2 C
Odisha

    ୨୫ ବର୍ଷ ପରେ ୯/୧୧କୁ ନିଆରା ଶ୍ରଦ୍ଧାଞ୍ଜଳି: ୨,୯୭୭ଟି ଡ୍ରୋନ୍ ର ଆଲୋକରେ ପୁଣି ଠିଆ ହେଲା ଟ୍ୱିନ୍ ଟାୱାର

    ଆଗକୁ ପଢନ୍ତୁ

    ନ୍ୟୁୟର୍କ : ନ୍ୟୁୟର୍କ ଆକାଶରେ ଏକ ଭାବବିହ୍ୱଳ କରିଦେବା ଦୃଶ୍ୟ । ୯/୧୧ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ୨,୯୭୭ଟି ଡ୍ରୋନ୍ ର ଆଲୋକରେ ଟ୍ୱିନ୍ ଟାୱାରର ପ୍ରତିକୃତି ତିଆରି କରାଯାଇଛି । ନ୍ୟୁୟର୍କ ହାର୍ବର ଉପରେ ଆକାଶରେ ଡ୍ରୋନ୍ ଗୁଡ଼ିକୁ ସଜାଇ ପୂର୍ଣ୍ଣ ଆକାରର ଟ୍ୱିନ୍ ଟାୱାର ଭଳି ଦୃଶ୍ୟ ସୃଷ୍ଟି କରାଯାଇଥିଲା ।

    ଏହି ପ୍ରଦର୍ଶନର ସବୁଠାରୁ ଭାବପ୍ରବଣ ଦିଗ ଥିଲା ଡ୍ରୋନ୍ ସଂଖ୍ୟା । ୨,୯୭୭ଟି ଆଲୋକ ମଧ୍ୟରୁ ପ୍ରତ୍ୟେକ ଆଲୋକ ୯/୧୧ ଆକ୍ରମଣରେ ପ୍ରାଣ ହରାଇଥିବା ଜଣେ ଜଣେ ବ୍ୟକ୍ତିଙ୍କ ସ୍ମୃତିକୁ ପ୍ରତିନିଧିତ୍ୱ କରୁଥିଲା । ୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କବାଦୀମାନେ ଅପହରଣ କରିଥିବା ଦୁଇଟି ବିମାନ ନ୍ୟୁୟର୍କର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟରର ଦୁଇ ଟାୱାରରେ ଧକ୍କା ଦେଇଥିଲେ। କିଛି ସମୟ ମଧ୍ୟରେ ଉଭୟ ଟାୱାର ଭୁଶୁଡ଼ି ପଡ଼ିଥିଲା ।

    ସେହି ଦିନ ନ୍ୟୁୟର୍କ ସହ ପେଣ୍ଟାଗନ୍ ଓ ପେନସିଲଭାନିଆରେ ଘଟିଥିବା ଆକ୍ରମଣରେ ମୋଟ ୨,୯୭୭ ଜଣ ପ୍ରାଣ ହରାଇଥିଲେ । ୨୫ ବର୍ଷ ପରେ ମଧ୍ୟ ସେହି ଦିନର ସ୍ମୃତି ଆମେରିକା ପାଇଁ ଅଲିଭା । ଡ୍ରୋନ୍ ରେ ତିଆରି ଆଲୋକିତ ଟ୍ୱିନ୍ ଟାୱାର କେବଳ ଏକ ଆକାଶୀୟ ପ୍ରଦର୍ଶନ ନୁହେଁ, ବରଂ ପ୍ରାଣ ହରାଇଥିବା ୨,୯୭୭ ଜଣଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.2 ° C
    26.2 °
    26.2 °
    87 %
    2.3kmh
    99 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ