Thursday, April 2, 2026
26 C
Odisha

    ୨୭ରେ ଗଞ୍ଜାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ‘ସେବା ପର୍ବ କାର୍ଯ୍ୟକ୍ରମରେ ଯୋଗଦେବେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ଗଞ୍ଜାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପଡ଼ିଆରେ ‘ସେବା ପର୍ବ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରୁ ଜଣାପଡିଛି, ପ୍ରଧାନମନ୍ତ୍ରୀ ସେହିଦିନ ପୂର୍ବାହ୍ନ ୧୧ଟାରେ ବ୍ରହ୍ମପୁରଠାରେ ଜାତୀୟ ସ୍ତରୀୟ ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଅନେକ ନୂତନ କାର୍ଯ୍ୟକ୍ରମ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିବେ।

    ଏଥିପାଇଁ ଭୁବନେଶ୍ୱରରୁ ଆସିଥିବା ପଦସ୍ଥ ଅଧିକାରୀଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ, ଦକ୍ଷିଣାଂଚଳ ଆଇଜି, ବ୍ରହ୍ମପୁର ଏସପି, ମନ୍ତ୍ରୀ ବିଭୂତି ଜେନା ପ୍ରମୁଖ ସଭା କାର୍ଯ୍ୟ ସ୍ଥଳ ବୁଲି ଦେଖିଛନ୍ତି । ଅନ୍ୟପଟେ ବିଜେପି ପକ୍ଷରୁ ବିଧାୟକ, ସାଂସଦ, ମନ୍ତ୍ରୀ ଓ ଦଳୀୟ କର୍ମକର୍ତାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ କରାଯାଇଛି । ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ଯୁବ ସମାବେଶକୁ ଉଦବୋଧନ ଦେଇ ସମଗ୍ର ଭାରତ ବର୍ଷର ଯୁବ ସମାଜକୁ ବାର୍ତ୍ତା ଦେବେ । ଏହାସହ ବହୁ ପ୍ରକଳ୍ପ ପାଇଁ ଶୁଭ ଦେବେ ଓ ଘୋଷଣା କରିବେ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ