Wednesday, July 22, 2026
23.3 C
Odisha

    ଆଜି ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ

    ଆଗକୁ ପଢନ୍ତୁ

    ପୁରୀ : ଆଜି ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ।  ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଅପରାହ୍ନ ସାଢେ ୪ଟାରେ ବସିବ ବୈଠକ । ଅକ୍ଟୋବର ୩ ତାରିଖରୁ ମହାଧାର୍ମିକ କାର୍ତ୍ତିକ ମାସ ଆରମ୍ଭ ।  ଏଥିଲାଗି ନୀତିନିର୍ଘଣ୍ଟ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯିବ ।  ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି, ଅବକାଶ, ସକାଳଧୂପ ନୀତି ପରେ ବାଳଧୂପ ବାହାରେ ।  ତେବେ କେଉଁ ସମୟରେ ଶ୍ରୀମନ୍ଦିର ଫିଟାଯାଇ ଏହି ନୀତି ସବୁ ହେବ ସେନେଇ ବୈଠକରେ ବିଭିନ୍ନ ନିଯୋଗର ସେବକଙ୍କ ସହ ଆଲୋଚନା କରାଯିବ ।

    ଏଥିସହ ନୀତି ଗୁଡିକର ସମୟସୀମା ଧାର୍ଯ୍ୟ କରାଯିବ । ପଞ୍ଚୁକ ବ୍ରତ ପାଇଁ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାର ବେଶ କରାଯିବ ଓ ପଞ୍ଚୁକର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାପ୍ରଭୁ ସୁନାବେଶରେ ବିଭୂଷିତ ହେବାକୁ ଥିବାରୁ ଏହା ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ ।  ଏଥିସହ ବୈଠକରେ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ପ୍ରସଙ୍ଗ ଉପରେ ଆଲୋଚନା ହେବାସହ ଆଗାମୀ ଦିନରେ ହେବାକୁ ଥିବା ଧାଡି ଦର୍ଶନ ଉପରେ ମଧ୍ୟ ଆଲୋଚନା ହୋଇପାରେ  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.3 ° C
    23.3 °
    23.3 °
    98 %
    2.2kmh
    100 %
    Tue
    23 °
    Wed
    25 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ