Sunday, October 11, 2026
22.8 C
Odisha

    ୨୮ରେ ବୋତ୍‌ସ୍ବାନାରୁ ଆସିବେ ଆଉ ୮ ଚିତା

    ଆଗକୁ ପଢନ୍ତୁ

    ଭୋପାଳ : ଆସନ୍ତା ୨୮ରେ ଆଫ୍ରିକୀୟ ରାଷ୍ଟ୍ର ବୋତ୍‌ସ୍ବାନାରୁ ଆଉ ଆଠଟି ଚିତା ଭାରତରେ ପହଞ୍ଚିବେ। ଏହାଦ୍ବାରା ଭାରତରେ ଚିତା ପ୍ରକଳ୍ପ ଅଧିକ ଶକ୍ତିଶାଳୀ ହେବ। ନିକଟରେ ଏହି ପ୍ରସଙ୍ଗ ନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୋତ୍‌ସ୍ବାନାରୁ ଆସିବାକୁ ଥିବା ଚିତାଗୁଡିକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ରଖାଯିବ। ଚିତାଙ୍କ ଖାଦ୍ୟ ପାଇଁ ଆସାମ ଓ ଅନ୍ୟ ରାଜ୍ୟରୁ ବଣୁଆ ମଇଁଷି ଅଣାଯାଇ କୁନୋ ପାର୍କରେ ଛଡାଯିବ ବୋଲି ଜଣାପଡିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତବର୍ଷ ନଭେମ୍ବରରେ ବୋତ୍‌ସ୍ବାନା ଗସ୍ତରେ ଯାଇଥିବାବେଳେ ଭାରତକୁ ଚିତା ପଠାଇବା ପ୍ରସଙ୍ଗରେ ନେଇ ସେଠାକାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲେ। ଭାରତରେ ଲୋପ ପାଇଥିବା ଚିତା ବଂଶକୁ ପୁଣି ଥରେ ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦେଶକ୍ରମେ ଚିତା ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ତଦନୁଯାୟୀ ୨୦୨୨ ସେପ୍ଟେମ୍ବର ୧୭ରେ ପ୍ରଥମ ଦଫାରେ ଆଫ୍ରିକୀୟ ରାଷ୍ଟ୍ର ନାମ୍ବିଆରୁ ୮ଟି ଚିତା (୫ ମାଈ ଓ ୩ ଅଣ୍ଡିରା) ଅଣାଯାଇ କୁନୋ ପାର୍କରେ ଛଡାଯାଇଥିଲା। ୨୦୨୩ ଫେବୃଆରୀ ୧୮ରେ ଦ୍ବିତୀୟ ଦଫାରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ଅଣାଯାଇଥିଲା। ବର୍ତ୍ତମାନ ସୁଦ୍ଧା କୁନୋ ପାର୍କରେ ଚିତା ସଂଖ୍ୟା ୩୨ରେ ପହଞ୍ଚିଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ