Friday, March 20, 2026
21.7 C
Odisha

    ୨ ଛାତ୍ରୀ ମୃତ୍ୟୁ ଘଟଣା: ଜିଲ୍ଲାପାଳ ଓ ଏସପିଙ୍କୁ ଦାବିପତ୍ର ପ୍ରଦାନ

    ଆଗକୁ ପଢନ୍ତୁ

    ମାଲକାନଗିରି ଜିଲ୍ଲାର ଏମଭି-୭୯ ଥାନା ଅନ୍ତର୍ଗତ ଏମପିଭି-୭୨ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ନିଖୋଜ ହେବା ଏବଂ ପରେ ଦୁଇ ଜଣ ଛାତ୍ରୀଙ୍କ ମୃତଦେହ ମୋଟୁ ଥାନା ଅଂଚଳର ଏମପିଭି-୪୨ ଗ୍ରାମରେ ଝୁଲନ୍ତା ଅବସ୍ଥାରେ ମିଳିବା ଘଟଣାକୁ ନେଇ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳ ଏବଂ ଏସପିଙ୍କୁ ପ୍ରଦାନ କରାଯାଇଛି। ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଦାବିପତ୍ର ପ୍ରଦାନ ବେଳେ ଏସପି ଏବଂ ଜିଲ୍ଲାପାଳଙ୍କ ନିକଟରେ ଦୁଇ ଛାତ୍ରୀଙ୍କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଥିଲା।

    ଆଜିକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ଶବ ବ୍ୟବଛେଦ ରିପୋର୍ଟ ମିଳିପାରିଲା ନାହିଁ। ଅନ୍ୟଦିଗରେ ପୁଲିସ ଏହାକୁ ଆତ୍ମହତ୍ୟାର ରୂପ ଦେଇ ଚୁପ ବସିଛି। ପରିବାର ସହ ସ୍ଥାନୀୟ ଲୋକଙ୍କ କିଛି ଯୁବକମାନଙ୍କ ନାମରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଉନଥିବା କୁହାଯାଇଛି। ଏପରିକି ସ୍କୁଲ କର୍ତ୍ତୃପକ୍ଷଙ୍କୁ ପୁଲିସ ଧମକାଉଛି। ପୁଣି ଛାତ୍ରୀମାନେ ବିଦ୍ୟାଳୟକୁ ବିଳମ୍ବରେ ଆସିବାରୁ ଶିକ୍ଷକମାନେ ଗାଳିଗୁଲଜ କରିବାରୁ ଏମାନେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ ମିଛ କହି ପାର ହେବାକୁ ଚାହୁଁଛି।

    ଘଟଣାସ୍ଥଳରେ ମିଳିଥିବା ମୋବାଇଲ ସହ ଅନ୍ୟ ସାମଗ୍ରୀକୁ ଯାଞ୍ଚ କରାଗଲେ ସତ୍ୟ ପଦାକୁ ଆସିବବୋଲି ବିଭିନ୍ନ ସଂଗଠନ ଦାବି କରିଛନ୍ତି। ପୁଲିସ କେବଳ ୟୁଡି କେଶ କରି ଏହି କେଶକୁ ବନ୍ଦ କରିଦେବାକୁ ଚାହୁଁଥିବା ଅଭିଯୋଗ କରାଯାଇଛି। ଏହା ଆତ୍ମହତ୍ୟା ନୁହେଁ ବୋଲି ପରିବାର ଲୋକେ ମଧ୍ୟ ଅଭିଯୋଗ କରିଛନ୍ତି। ସେମାନଙ୍କ ଝିଅମାନଙ୍କୁ ପ୍ରଥମେ ଅପହରଣ କରିବା ପରେ ସେମାନଙ୍କ ସହ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରାଯାଇଛି। ଏହି ଘଟଣାକୁ ଚପାଇ ଦେବାକୁ ଚାହୁଁଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଦାବି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    73 %
    0.8kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ