ଭୁବନେଶ୍ୱର : ଉତ୍ତର ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ରହିଛି ବର୍ଷା ସମ୍ଭାବନା। ୭ ଓ ୮ ତାରିଖରେ ୯ ଜିଲ୍ଲାକୁ ବର୍ଷା ପାଇଁ ଭୁବନେଶ୍ୱର ଆଞ୍ଚଳିବ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ୨୪ ଘଣ୍ଟା ପାଇଁ ୪ ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱରକୁ ୟେଲୋ ଆଲର୍ଟ ଜାରି ହୋଇଛି। ବିଜୁଳି ଘଡଘଡି ସହ ପବନର ବେଗ ସ୍ଥାନେ ସ୍ଥାନେ ୩୦ରୁ କିମି ବେଗରେ ରହିବାର ସମ୍ଭାବନା ରହିଛି। ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।
